www.samajalive.in
Saturday, December 6, 2025
26.1 C
Bhubaneswar

ଏପଟେ ପରାମର୍ଶ, ସେପଟେ ମିସାଇଲ୍‌ ମାଡ: କେମିତି ଖାରକିଭ୍‌ ଛାଡ଼ିବେ ଭାରତୀୟ ?

ଖାରକିଭ୍‌: ସପ୍ତମ ଦିନରେ ପହଞ୍ଚିଛି ରୁଷ୍‌-ୟୁକ୍ରେନ ଯୁଦ୍ଧ। ବୁଧବାର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ନୂଆ ପରାମର୍ଶ ଜାରି କରାଯାଇଛି। ଖାରକିଭ୍‌ରେ ଥିବା ସମସ୍ତ ଭାରତୀୟଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ଖାରକିଭ୍‌ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଅପରପକ୍ଷେ ପରାମର୍ଶ ଜାରି ହେବାର କିଛି ସମୟ ମଧ୍ୟରେ ଖାରକିଭରେ ମିସାଇଲ୍‌ ମାଡ ହୋଇଛି। ଏକ କ୍ରୁଜ୍‌ କ୍ଷେପଣାସ୍ତ୍ର ଖାରକିଭରେ ସିଟି କାଉନ୍‌ସିଲ ବିଲ୍‌ଡିଂରେ ମାଡ ହୋଇଛି। ତେବେ ଏଭଳି ପରିସ୍ଥିତିରେ ସେଠାରେ ଥିବା ଭାରତୀୟ କେମିତି ତୁରନ୍ତ ଖାରକିଭ୍‌ ଛାଡ଼ିବେ ସେନେଇ ଆଶଙ୍କା ପ୍ରକାଶ ପାଇଛି।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଜାରି କରାଯାଇଥିବା ପରାମର୍ଶରେ କୁହାଯାଇଛି ଯେ, ଖାରକିଭରେ ପରିସ୍ଥିତି ଅତ୍ୟନ୍ତ ଖରାପ। ତେଣୁ ସେଠାରେ ଥିବା ସମସ୍ତ ଭାରତୀୟମାନଙ୍କୁ ତୁରନ୍ତ ଖାରକିଭ୍‌ ସହର ଛାଡ଼ବାକୁ ପରାମର୍ଶ ଦିଆଯାଉଛି। ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଭାରତୀୟଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ଖାରକିଭ୍‌ ସହର ଛାଡ଼ିବା ଜରୁରୀ। ଖାରକିଭ୍‌ ଛାଡ଼ି ତୁରନ୍ତ ପେସୋଚିନ୍‌, ବାବାୟେ ଓ ବେଜଲୁଡୋକା ଚାଲିଯିବାକୁ କୁହାଯାଇଛି। ୟୁକ୍ରେନ ସମୟ ମୁତାବକ, ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଭାରତୀୟଙ୍କୁ ଖାରକିଭ୍‌ ଛାଡ଼ି ଏହି ୩ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ୟୁକ୍ରେନର ସମୟଠାରୁ ଭାରତର ସମୟ ସାଢେ ତିନି ଘଣ୍ଟା ଆଗୁଆ।

- Advertisement -

 

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories