www.samajalive.in
Saturday, December 6, 2025
26.1 C
Bhubaneswar

ରୁଷ-ୟୁକ୍ରେନ ସଙ୍କଟ: ତୁରନ୍ତ ଖାର୍କିଭ ଛାଡିବାକୁ ନାଗରିକଙ୍କୁ କହିଲା ଭାରତ

କିଭ୍: ୟୁକ୍ରେନରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଖାର୍କିଭରେ ରହୁଥିବା ନାଗରିକଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରି ସେମାନଙ୍କୁ ତୁରନ୍ତ ସେହି ଅଂଚଳ ଛାଡି ଚାଲିଯିବାକୁ କହିଛି। ଭାରତୀୟମାନଙ୍କୁ ପେସୋଚିନ୍, ବାବାୟେ ଏବଂ ବେଜଲିଉଡୋଭାରେ ପହଞ୍ଚିବାକୁ କୁହାଯାଇଛି। ଏହି ପରାମର୍ଶରେ କୁହାଯାଇଛି, ଖାର୍କିଭରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଜରୁରୀ ପରାମର୍ଶ। ସୁରକ୍ଷା ଏବଂ ନିରାପତ୍ତା ନିମନ୍ତେ, ଖରାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ଖାର୍କିଭ ଛାଡି ଚାଲିଯାଆନ୍ତୁ।

ଇତି ମଧ୍ୟରେ, ଆଜି ସୁଦ୍ଧା ମୋଟ ୧୬ଟି ବିମାନରେ ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ଫେରାଇ ଅଣାଯାଇଛି। ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ ଭାରତୀୟ ନାଗରିକମାନେ କିଭ୍ ଛାଡିଛନ୍ତି ଏବଂ ୟୁକ୍ରେନର ପ୍ରାୟ ୬୦% ଭାରତୀୟଙ୍କୁ ଦେଶକୁ ଅଣାଯାଇଛି।

- Advertisement -

ସେ କହିଛନ୍ତି, ଆମର ସମସ୍ତ ନାଗରିକ କିଭ୍ ସହରରୁ ଆସି ସାରିଛନ୍ତି। ସେଠାରେ ଆମର ଆଉ ନାଗରିକ ନାହାଁନ୍ତି, କେହି ଆମ ସହ ଯୋଗାଯୋଗ କରିନାହାଁନ୍ତି। ଆମର ସମସ୍ତ ଅନୁସନ୍ଧାନରୁ ଜଣାପଡିଛି ଯେ ଆମର ପ୍ରତ୍ୟେକ ନାଗରିକ କିଭ୍ ଛାଡି ସାରିଛନ୍ତି।ସେ କହିଛନ୍ତି ଯେ ୟୁକ୍ରେନର ଥିବା ପ୍ରାୟ ୨୦ ହଜାର ଭାରତୀୟ ନାଗରିକଙ୍କ ମଧ୍ୟରୁ ୧୨ ହଜାର ଭାରତ ଫେରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories