www.samajalive.in
Saturday, December 6, 2025
26.1 C
Bhubaneswar

ୟୁକ୍ରେନରୁ ଫେରିଲେଣି ୩୩୫୨ ଭାରତୀୟ

ନୂଆଦିଲ୍ଲୀ : ୟୁକ୍ରେନ ଛାଡୁଥିବା ଭାରତୀୟଙ୍କ ସଂଖ୍ୟାରେ ବହୁତ ବୃଦ୍ଧି ଘଟିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପ୍ରାୟ ୧୭,୦୦୦ ଭାରତୀୟ ନାଗରିକ ୟୁକ୍ରେନ ଛାଡିଛନ୍ତି । ତେବେ ଏଥିରେ କିଛି ଭାରତୀୟ ଅଛନ୍ତି ଯେଉଁମାନେ ପୂର୍ବରୁ ଦୂତାବାସରେ ପଞ୍ଜୀକୃତ ହୋଇନାହା‌‌ନ୍ତି।
ଶ୍ରୀ ବାଗଚି କହିଛନ୍ତି ଯେ ଅପରେସନ ଗଙ୍ଗା ଅଧୀନରେ ବିମାନ ଉଡାଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।  ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬ଟି ବିମାନ ଅବତରଣ କରିଥିବା ବେଳେ ଏପର୍ୟ୍ୟନ୍ତ ମୋଟ ୧୫ଟି ବିମାନ ଭାରତରେ ଅବତରଣ କରିଛି । ଏହି ବିମାନରେ ଫେରିଥିବା ମୋଟ ଭାରତୀୟଙ୍କ ସଂଖ୍ୟା ୩୩୫୨କୁ ବୃଦ୍ଧି ପାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୫ଟି ବିମାନର ଉଡ଼ାଣ ଧାର୍ୟ୍ୟ କରାଯାଇଛି ବୋଲି ଶ୍ରୀ ବାଗଚି କହିଛନ୍ତି।
ଶ୍ରୀ ବାଗଚି ସୂଚନା ଦେଇଛନ୍ତି ଯେ ଖାର୍କିଭ ଏବଂ ଏହାର ନିକଟବର୍ତ୍ତୀ ସହରଗୁଡିକରୁ ନାଗରିକଙ୍କ ନିରାପଦ ଯାତାୟାତ ନେଇ ଭାରତ ଋଷ ସହ ଯୋଗାଯୋଗ କରୁଛି । ସେ କହିଛନ୍ତି ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଖାର୍କିଭ ଛାଡି ସୁରକ୍ଷିତ ଜୋନ୍ କିମ୍ବା ନିରାପତ୍ତାକୁ ଦୃଷ୍ଟିରେ ରଖି ପଶ୍ଚିମ ଦିଗକୁ ଯିବାକୁ ଅନୁରୋଧ କରାଯାଇଛି । ଜଣେ ଭାରତୀୟ ନାଗରିକ ଚନ୍ଦନ ଜିନ୍ଦଲଙ୍କର ଆଜି ମୃତ୍ୟୁ ଘଟିଛି ଏବଂ ସେ ଗତ କିଛି ଦିନ ହେବ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ।

ଯେଉଁମାନେ ଭାରତୀୟ ପାସପୋର୍ଟ ହରାଇଛନ୍ତିସେମାନଙ୍କୁ ଜରୁରୀକାଳୀନ ପ୍ରମାଣପତ୍ର ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ଏହା ଅନେକ ଭାରତୀୟ ଛାତ୍ରଙ୍କୁ ମଧ୍ୟ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories