www.samajalive.in
Monday, December 8, 2025
14.1 C
Bhubaneswar

ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲା, ତଦନ୍ତ କମିଟିକୁ ସାମ୍ନା କଲେ ନିଲମ୍ବିତ ଉପ-ଜିଲାପାଳ

ବଲାଙ୍ଗିର : ବଲାଙ୍ଗିର ଉପ ଜିଲାପାଳ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଜଣେ ମହିଳା ଉପ-ଜିଲାପାଳ ସଞ୍ଜୟ ମିଶ୍ରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ଲିଖିତ ଭାବେ ଜଣାଇବା ପରେ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା। ମହିଳା କର୍ମଚାରୀଙ୍କୁ ଅନ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇ ତାଙ୍କ ବୟାନ ରେକର୍ଡ କରିଥିଲେ ତଦନ୍ତକାରୀ କମିଟି। ମହିଳାଙ୍କ ବୟାନ ଆଧାରରେ ଜିଲାପାଳଙ୍କୁ ପ୍ରାଥମିକ ତଦନ୍ତ ରିପୋର୍ଟ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଏହି ରିପୋର୍ଟକୁ ଆଧାର କରି ଉପ-ଜିଲାପାଳ ଶ୍ରୀ ମିଶ୍ରଙ୍କୁ ନିଲମ୍ବିତ କରିଥିଲେ। ଅନ୍ୟପଟେ ତଦନ୍ତକାରୀ କମିଟି ଉପ ଜିଲାପାଳଙ୍କ ପକ୍ଷ ରଖିବାକୁ ବୁଧୁବାର ସମୟ ଦେଇଥିଲେ। ଆଜି ଦିନ ୧୧ଟା ବେଳେ ଜିଲା ସମାଜ କଲ୍ୟାଣ କାର୍ଯ୍ୟାଳୟରେ ଉପସ୍ଥିତ ରହି ନିଜ ପକ୍ଷ ରଖିଥିଲେ। ଆବଶ୍ୟକ କାଗଜପତ୍ର ଦେବା ସହ ତାଙ୍କୁ ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ସେହିପରି ଅଭିଯୋଗ କରିଥିବା ମହିଳା କର୍ମଚାରୀଙ୍କୁ ମଧ୍ୟ ପୁଣି ଥରେ ଆଜି କମିଟି ଡକାଇବା ସହ ଆଲୋଚନା କରିଥିବା ଜଣାପଡିଛି।

ଜିଲା ସମାଜ କଲ୍ୟାଣ କାର୍ଯ୍ୟାଳୟର ବନ୍ଦ କଠୋରୀରେ ପୂର୍ବରୁ ତଦନ୍ତକାରୀ କମିଟିର ଅଧ୍ୟକ୍ଷା ଶାନ୍ତିଲତା ବହିଦାର ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ। ନିଲମ୍ବିତ ଉପ ଜିଲାପାଳ ଶ୍ରୀ ମିଶ୍ର ପହଞ୍ଚିବା ପରେ ପ୍ରତିକ୍ରିୟା ପାଇଁ ଗଣମାଧ୍ୟମ ଘେରି ଯାଇଥିଲେ। କିନ୍ତୁ ସେ ତଦନ୍ତକାରୀ କମିଟି ସମ୍ମୁଖରେ ହାଜର ହେବା ସହ ଅଧା ଘଣ୍ଟା ଯାଏଁ ଚାଲିଥିବା ଆଲୋଚନାରେ ନିଜ ପକ୍ଷ ରଖିଥିଲେ। ସେହିପରି କାର୍ଯ୍ୟାଳୟରେ ଅଭିଯୋଗକାରିଣୀ ମଧ୍ୟ ଉପସ୍ଥିତ ରହିଥିଲେ। ଦୀର୍ଘ ସମୟ ପରେ କାର୍ଯ୍ୟାଳୟରୁ ତଦନ୍ତର ସାମ୍ନା କରି ବାହାରି ଥିଲେ ଶ୍ରୀ ମିଶ୍ର। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ, ବର୍ଷେ ହେଲା ସେ ଉପ ଜିଲାପାଳ ଦାୟିତ୍ୱ ନେଇଛନ୍ତି। ବହୁ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି। ଜବରଦଖଲ ଉଚ୍ଛେଦ ସମୟରେ ବଡ ବଡିଆଙ୍କ ବିରୋଧକୁ ଖାତିର ନକରି ସେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିଥିଲେ। ଆଗକୁ ଅନେକ ବଡ ବଡିଆଙ୍କ ଜବରଦଖଲ ଉଚ୍ଛେଦ ହେବାର ଥିଲା। ତାଙ୍କୁ ଷଡଯନ୍ତ୍ର କରି ହଇରାଣ କରାଯାଇଛି। କରୋନା ସମୟରେ କାର୍ଯ୍ୟାଳୟ କର୍ମଚାରୀଙ୍କୁ ବଦଳିକୁ ନେଇ ବି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ, କାର୍ଯ୍ୟାଳୟରେ ୨୪ଟି ବିଭାଗ ରହିଛି ଏବଂ ୪ଜଣ କର୍ମଚାରୀ ରହିଛନ୍ତି। ସେମାନଙ୍କୁ ଭାଗ କରି ଦାୟିତ୍ୱ ଦିଆଯାଇଛି। ଆଉ ବଦଳି ମୋ ହାତରେ ନଥାଏ। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ବଦଳି ହୋଇଛି। ଏହା ଏକ ଗତାନୁଗତିକ ପ୍ରକ୍ରିୟା। ଏଥିସହିତ ସେ ଯୋଡିଥିଲେ ଯେ, ମୋର ବି ପରିବାର ଅଛି। ମାନ-ସମ୍ମାନ ହାନୀ ହୋଇଛି। ଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଅପିଲ କରିବି। ସେହିପରି ତଦନ୍ତ ପାଇଁ ଯେତେବେଳେ ଡାକିବେ ମୁଁ ଆସିବି ବୋଲି କହିଥିଲେ ଶ୍ରୀ ମିଶ୍ର।

- Advertisement -

ଅନ୍ୟପକ୍ଷରେ ଅଭିଯୋଗକାରୀ ମହିଳା କର୍ମଚାରୀଙ୍କର ମଧ୍ୟ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲା। ସେ କହିଥିଲେ ଯେ, ଜଣେ ମହିଳା କାହିଁକି ମିଛ କହିବ। ମିଛ ଅଭିଯୋଗ କାହିଁକି ଆଣିବ? ମୁଁ କୌଣସି ଷଡଯନ୍ତ୍ରର ପକ୍ଷଭୁକ୍ତ ନୁହେଁ। ତଦନ୍ତକାରୀ କମିଟି ଯାହା ନିଷ୍ପତ୍ତି ନେବେ। କରିଥିବା ଅଭିଯୋଗ ନେଇ ମୁଁ ମୋ ପକ୍ଷ ରଖିଛି ବୋଲି ମହିଳା କନିଷ୍ଠ କିରାଣୀ ମତ ଦେଇଥିଲେ। ଏଥିସହିତ ତଦନ୍ତକାରୀ କମିଟିର ଅଧ୍ୟକ୍ଷା ଶାନ୍ତିଲତା ବହିଦାରଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଥିଲା। ଶ୍ରୀମତୀ ବହିଦାର କହିଥିଲେ ଯେ, ଶ୍ରୀ ମିଶ୍ର ତଦନ୍ତ କମିଟି ସାମ୍ନାକୁ ଆସି ନିଜ ଉତ୍ତର ରଖିଛନ୍ତି। ଆମେ ଦୁଇ ପକ୍ଷର କଥା ଶୁଣିଛୁ। କିଛି ସାକ୍ଷୀ(ଉପ ଜିଲାପାଳ କାର୍ଯ୍ୟାଳୟର କର୍ମଚାରୀ)ଙ୍କୁ ମଧ୍ୟ ନୋଟିସ୍ କରି ତାଙ୍କ ପ୍ରତିକ୍ରିୟା ଜାଣିବୁ। ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ଦେବୁ। ତା’ପରେ ଯାହା ନିଷ୍ପତ୍ତି ହେବ ବୋଲି ଶ୍ରୀମତୀ ବହିଦାର ମତ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories