ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

0

ନୀଳଗିରି: ୩ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ନୀଳଗିରି ସହରରେ ଥିବା ନିଜଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ପଣ୍ଡା ଙ୍କ ନାମରେ ଏହି ଅଭିଯୋଗ ଆସିଛି। ସମ୍ପୃକ୍ତ ଶିକ୍ଷକ ଛାତ୍ରୀଙ୍କୁ ବନ୍ଦ କୋଠରୀରେ ମୋବାଇଲ ଦେଖାଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅଭିଭାବକ ଓ ଉତ୍ୟକ୍ତ ଅଞ୍ଚଳବାସୀ ସ୍କୁଲରେ ପ୍ରଧାନଶିକ୍ଷକଙ୍କୁ ଘେରାଉ କରିଛନ୍ତି। ଏନେଇ ଉତ୍ତେଜନା ଲାଗି ରହିଛି। ଅନ୍ୟ ପକ୍ଷରେ ପ୍ରଧାନ ଶିକ୍ଷକ ଏହି ଘଟଣାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି।

Leave A Reply