www.samajalive.in
Saturday, December 6, 2025
19.1 C
Bhubaneswar

ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଖୁଣ୍ଟରେ ବନ୍ଧାହେଲେ ବିବାହିତ ଯୁବକ

ପାଟଣା : ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ବିବାହିତ ଯୁବକକୁ ଖୁଣ୍ଟରେ ବାନ୍ଧିଲେ ଉତ୍ୟକ୍ତ ଗ୍ରାମବାସୀ। ଉଦ୍ଧାର କଲା ପୋଲିସ୍। ଏଭଳି ଲଜ୍ୟାଜନକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମୁରୁସୁଆଁ ଅଞ୍ଚଳର ଏକ ଗ୍ରାମରେ।

ସୂଚନା ଅନୁଯାୟୀ, ଗତକାଲି ରାତି ପାଖାପାଖି ୮ଟା ସମୟରେ ଗ୍ରାମର ଜଣେ ବିବାହିତ ଯୁବକ ଜଣେ ୧୩ ବର୍ଷିୟା ଅଷ୍ଟମ ଶ୍ରେଣୀର ଆଦିବାସୀ ଛାତ୍ରୀକୁ ପାଖ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। କୌଣସି ମତେ ନାବାଳିକା ଛାତ୍ରୀଜଣଙ୍କ ସେଠାରୁ ଖସି ଆସି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା‌। ଘଟଣା ଜଣାପଡିବା ପରେ ଗ୍ରାମରେ ଉତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଲୋକମାନେ ସଂପୃକ୍ତ ବିବାହିତ ଯୁବକର ଘରକୁ ରାତିସାରା ଘେରାଉ କରି ରଖିଥିଲେ। ଆଜି ସକାଳୁ ସଂପୃକ୍ତ ଯୁବକକୁ ଉତ୍ୟକ୍ତ ଲୋକମାନେ ଉତ୍ତମ ମଧ୍ୟମ ଦେବା ସହ ଓ୍ବାଡ ମେମ୍ବରଙ୍କ ଉପସ୍ଥିତିରେ ଘରୁ ବାହାର କରି କ୍ଲବ ଘରର ଏକ ପିଲର ଖୁଣ୍ଟରେ ବାନ୍ଧି ତୁରୁମୁଙ୍ଗା ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ସଂପୃକ୍ତ ବିବାହିତ ଯୁବକକୁ ଉଦ୍ଧାର କରି ଥାନାକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories