www.samajalive.in
Friday, December 12, 2025
15.1 C
Bhubaneswar

ସରିଲା ରିଙ୍ଗ ସେରିମନି,ବିବାହ ବନ୍ଧନରେ ବାନ୍ଧି ହେ​ବେ ମନ୍ତ୍ରୀ ତୁଷାରକାନ୍ତି

ଭୁବନେଶ୍ବର : ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ବିବାହ ବନ୍ଧନରେ ବାନ୍ଧି ହେବେ। ରାଜନୀତି କ୍ଷେତ୍ରରେ ଥିବା ଶ୍ରୀ ବେହେରା ବ୍ୟକ୍ତିଗତ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ କରିବେ।
କାକଟପୁରର ବିଧାୟକ ଶ୍ରୀ ବେହେରା ତାଙ୍କ ନିର୍ବାଚନ ମଣ୍ଡଳୀ ନଗରୀ ପଞ୍ଚାୟତର ବାଲିଡ଼ିଆ ଗ୍ରାମର ରୋହିତ ବେହେରାଙ୍କ ଝିଅ ନନ୍ଦିନୀ ବେହେରାଙ୍କୁ ବିବାହ କରିବେ। ରେଭେନ୍ସା ବିଶ୍ବବିଦ୍ୟାଳୟରେ ନନ୍ଦିନୀ ଅର୍ଥନୀତି ବିଭାଗରେ ସ୍ନାତକୋତ୍ତର (ପିଜି) ପଢିଛନ୍ତି। ନନ୍ଦିନୀଙ୍କ ସହ ଶୁକ୍ରବାର ମନ୍ତ୍ରୀ ଶ୍ରୀ ବେହେରାଙ୍କର ମୁଦିପିନ୍ଧା (ରିଙ୍ଗ ସେରିମନି) କାକଟପୁରସ୍ଥିତ ଦେଉଳି ମଠଠାରେ ଅନୁଷ୍ଠିତ ହୋଇଥିଲା। ୨୦୨୧ରେ ତାଙ୍କ ବିବାହ ସମ୍ପନ୍ନ ହେବ। ତେବେ କେବେ ବିବାହ ହେବ ସେନେଇ ତାରିଖ ସ୍ଥିର ହୋଇ ନଥିବା ଜଣାପଡ଼ିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories