www.samajalive.in
Thursday, December 11, 2025
14.1 C
Bhubaneswar

କାକଟପୁର ବ୍ଲକରେ ଓମିକ୍ରନ ମୁକାବିଲା ପାଇଁ ସଚେତନତା ସୃଷ୍ଟି କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ବର: କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରି ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଓମିକ୍ରନ ମୁକାବିଲା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧକ୍ଷତା କରିଥିଲେ ଏବଂ ଏହିଅବସରରେ ଶ୍ରୀ ବେହେରା ଓମିକ୍ରନ ମୁକାବିଲା ନେଇ ସଚେତନତା ସୃଷ୍ଟି କରିଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବେହେରା ଓମିକ୍ରନର ପ୍ରଭାବ, ପୂର୍ବ ପ୍ରସ୍ତୁତି ଏବଂ ସଫଳ ମୁକାବିଲା ନେଇ ସଜାଗ ରହିବାକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଯଥା ସାମାଜିକ ଦୂରତା, ମାସ୍କ ପରିଧାନ ଏବଂ ନିୟମିତ ଅନ୍ତରରେ ସାବୁନ ବା ସାନିଟାଇଜରରେ ହାତ ପରିଷ୍କାର ନେଇ ଲୋକଙ୍କୁ ସଚେତନ କରିବାକୁ ସେ ଆହ୍ବାନ ଦେଇଥିଲେ।
କୋଭିଡ ପରୀକ୍ଷା ବୃଦ୍ଧି ସହ ଲୋକଙ୍କୁ ସଚେତନ କରିବା ଏବଂ କୋଭିଡ ମାର୍ଗଦର୍ଶିକାର ସଠିକ ଅନୁପାଳନ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ବାର୍ତ୍ତା ଦେଇଛନ୍ତି ତାହାକୁ କଡ଼ାକଡ଼ି ଭାବେ ପାଳନ କରିବା ଦରକାର। ଦୁଇ ବର୍ଷ ଧରି ଆମେ କୋଭିଡ ମହାମାରୀର ମୁକାବିଲା କରି ଆସିଥିବାବେଳେ ଆଗକୁ ମଧ୍ୟ କରିପାରିବା, ଏଇ ଭାବନା ନେଇ ସମସ୍ତଙ୍କୁ କାମ କରିବାକୁ ପଡିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ନିଜ ବିଧାୟକ ପାଣ୍ଠିରୁ ଆଶାକର୍ମୀମାନଙ୍କୁ ପଲସ-ଅକ୍ସିମିଟର ଏବଂ ଡିଜିଟାଲ-ଥର୍ମୋମିଟର ପ୍ରଦାନ କରିଥିଲେ । ଏହା ଦ୍ୱାରା କୋଭିଡ ପରୀକ୍ଷଣ ଓ ଚିହ୍ନଟ ଅଧିକ ସହଜ ହେବା ସହ ଆମେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସହ ସଂକ୍ରମଣ ହାରକୁ ରୋକି ପାରିବା। ଆମ ରାଜ୍ୟରେ ସଂକ୍ରମଣ ଅଧିକ ବ୍ୟାପକ ହୋଇ ନଥିଲେ ମଧ୍ୟ ଅନ୍ୟ ଦେଶକୁ ଦେଖି ଆମକୁ ପୂର୍ବପ୍ରସ୍ତୁତି କରିବାକୁ ପଡିବ। ଫଳରେ ଏହି ମହାମାରୀ ବିରୋଧ ଲଢେଇରେ ଆମେ ଜିତିପାରିବା ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ। ଏହି କାର୍ୟ୍ୟକ୍ରମରେ ବାଙ୍ଗୁରି ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ, ସ୍ଥାନୀୟ ନେତୃବୃନ୍ଦ, ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ବୃନ୍ଦ ଉପସ୍ଥିତ ଥିଲେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories