www.samajalive.in
Wednesday, December 10, 2025
26.1 C
Bhubaneswar

ପିପିଲି ସ୍ମାର୍ଟ ପାର୍କର ଶିଳାନ୍ୟାସ କଲେ ବିଧାୟକ

ପିପିଲି : ପିପିଲି ପୌରାଞ୍ଚଳର ଖଣ୍ଡିଆଗିରି ଗ୍ରାମ ଠାରେ ୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ସ୍ମାର୍ଟ ପାର୍କର ଶିଳାନ୍ୟାସ କାର୍ଯ୍ୟକ୍ରମ ସୋମବାର ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି । ପିପିଲି ଉପନିର୍ବାଚନ ପୂର୍ବରୁ ପିପିଲି ପୌରାଞ୍ଚଳର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ମାର୍ଟ ପାର୍କ ପାଇଁ ୭୫ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ।
ଏହି ପାର୍କ ନିର୍ମାଣ ପାଇଁ ଟେଣ୍ଟର ପ୍ରକ୍ରିୟା ସରିଥିବା ବେଳେ ଆଜି ବିଧାୟକ ଶ୍ରୀମହାରଥୀ ଏହାର ଶିଳାନ୍ୟାସ କରିଥିଲେ। ଏକ ଏକରରୁ ଅଧିକ ଜମିରେ ନିର୍ମାଣ ହେବାକୁ ଥିବା ଏହି ଅତ୍ୟାଧୁନିକ ସ୍ମାର୍ଟ ପାର୍କ ଦ୍ବାରା ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଉପକୃତ ହେବେ । ସେଠାରେ ଚାଲିବା ପଥ, ଖୋଲାରେ ବ୍ୟାୟାମ, ଯୋଗ, ପ୍ରାଣାୟମ ପାଇଁ ବ୍ୟବସ୍ଥା ସହ ମ୍ୟୁଜିକ ସିଷ୍ଟମ, କୃତ୍ରିମ ଝରଣା ଓ ଶିଶୁଙ୍କ ପାଇଁ ବିଭିନ୍ନ କ୍ରିଡା ଉପକରଣ ଆଦି ରହିବ। ମଙ୍ଗଳବାର ଠାରୁ ଏହାର ନିର୍ମାଣକାର୍ଯ୍ୟ ଆରମ୍ଭ ହେବ ଓ ୬ମାସ ମଧ୍ୟରେ ନିର୍ମାଣ ସଂପୂର୍ଣ୍ଣ ହେବ ବୋଲି ବିଧାୟକ ଶ୍ରୀମହାରଥୀ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ଏନ୍‍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ, ଯନ୍ତ୍ରୀ ବିଭୂତି ତ୍ରିପାଠୀ, ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ଧରଣୀଧର ସାହୁ, ପୂର୍ବତନ ପୌରାଧ୍ୟକ୍ଷ ସେକ୍‍ ବାକୁ, ପିପିଲି ବ୍ଳକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁ, ଏନ୍‍ଏସି ବିଜେଡି ସଭାପତି ଶରତ କୁମାର ବାରିକ, ବରିଷ୍ଠ ନେତା କିଶୋର ଛୋଟରାୟ, ଗନ୍ଧର୍ବ ପରିଡା, ଗନ୍ଧର୍ବ ପ୍ରଧାନ, ଯୁବ ସମାଜସେବୀ ଶଙ୍କର୍ଷଣ ପ୍ରଧାନ, ସିଦ୍ଧେଶ୍ୱର ଦେବ ରାଜମିସ୍ତ୍ରୀ ସଂଘର ସଭାପତି ମହେନ୍ଦ୍ର କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories