www.samajalive.in
Wednesday, December 10, 2025
26.1 C
Bhubaneswar

ଆସନ୍ତା ବର୍ଷରୁ ୫ଜି ସେବା

ନୂଆଦିଲ୍ଲୀ: ଆସନ୍ତା ବର୍ଷରୁ ଆରମ୍ଭ ହେବ ୫ଜି ସେବା। ଦିଲ୍ଲୀ, ମୁମ୍ବଇ, ଚେନ୍ନାଇ ଓ କଲକତାରେ ମିଳିବ ୫ଜି ସେବା। ସେହିପରି ହାଇଦ୍ରାବାଦ, ଅହମ୍ମଦାବାଦ, ଚଣ୍ଡଗଡ଼, ଜାମନଗର ଓ ବେଙ୍ଗଲୁରୁକୁ ବି ସେବା ମିଳିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ୫ଜି ସେବା ପ୍ରଦାନ ପାଇଁ ଟେଲିକମ କମ୍ପାନୀଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

୨୦୨୨ ମସିହାର ଶେଷ ବେଳକୁ ଭାରତରେ ୫ଜି ଲଞ୍ଚ୍‌ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶ୍ୱର ୫୨ଟି ଦେଶରେ ଏହି ସେବା ଆରମ୍ଭ ହୋଇ ସାରିଲାଣି । ଏଥିରେ ଇଣ୍ଟରନେଟ୍‌ ସ୍ପିଡ୍‌ ବୃଦ୍ଧି ପାଇବ । ୪ଜି ସେବା ଆସିବା ପରେ ଦେଶରେ ଇଣ୍ଟରନେଟ୍‌ର ବ୍ୟବହାର ବୃଦ୍ଧି ପାଇଛି । ଜିଓ ଆସିବା ପରେ ଦେଶରେ ସ୍ମାର୍ଟଫୋନ୍‌ ସହ ଇଣ୍ଟରନେଟ୍‌ର ବ୍ୟବହାର ବୃଦ୍ଧି ପାଇଥିଲା। କୋଭିଡ୍‌ ସମୟରେ ଅଧିକାଂଶ ଓ୍ୱାର୍କ ଫ୍ରମ୍‌ ହୋମ୍‌ ସହ ଅନ୍‌ଲାଇନ୍‌ କ୍ଲାସ୍‌ ମଧ୍ୟ କରିଥିଲେ । ଏବେ ଦେଶରେ ଅନ୍‌ଲାଇନ୍‌ ବ୍ୟାକିଂ କାରବାର ଆଶାତୀତ ବୃଦ୍ଧି ପାଇଛି । ୫ଜି ଇଣ୍ଟରନେଟ୍‌ ସେବା ପ୍ରଚଳନ ହେଲେ ଇଣ୍ଟରନେଟ୍‌ର ବେଗ ବା ସ୍ପିଡ୍‌ ବୃଦ୍ଧି ପାଇବ ।

- Advertisement -

 

ଏଥିପାଇଁ ଥିବା ଆଇଇନରେ ପରିବର୍ତ୍ତନର କରାଯିବାର ଆବଶ୍ୟକତା ରହିଛି । ପୁରୁଣା ଆଇନରେ ପରିବର୍ତ୍ତନ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ସରକାର ଚାହୁଛନ୍ତି କମ୍ପାନୀମାନଙ୍କର ଗୋଟିଏ ଅନ୍ୟରେ ବିଲୟ ହେଉ । ବ୍ୟବସାୟ ବିସ୍ତାର କରିବା ପାଇଁ ବାରମ୍ବାର ଅଦାଲତର ଦ୍ୱାରସ୍ଥ ହେବା ପାଇଁ ନ ପଡୁ ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories