www.samajalive.in
Friday, December 12, 2025
15.1 C
Bhubaneswar

ଅଥୟ କରୁଛି ଶୀତ, ବଲାଙ୍ଗିରର ସର୍ବନିମ୍ନ ତାପମାତ୍ରା ୮.୮

ବଲାଙ୍ଗିର : ଶୀତରେ ଥରୁଛି ସାରା ଓଡିଶା। ସେହିପରି ବଲାଙ୍ଗିର ଜିଲାରେ ଗତ କିଛି ଦିନ ହେଲା ଶୀତ ଲହରୀ ଦେଖିବାକୁ ମିଳିଛି। ଥଣ୍ଡା ପବନ ଅଥୟ କରୁଛି ଲୋକଙ୍କୁ। କେବଳ ସହର ନୁହେଁ, ଶୀତର ପ୍ରକୋପରେ ଗ୍ରାମାଞ୍ଚଳର ଜୀବନ ବେଶ ପ୍ରଭାବିତ ହେଉଛି। ଖରା ଦିନେ ଖରା ଭଳି ଶୀତ ଦିନର ଅସ୍ତବ୍ୟସ୍ତ କରିପକାଉଛି ଲୋକଙ୍କୁ। ନଥିବା ଲୋକଙ୍କୁ ଶୀତ କଲବଲ କରୁଥିବା ବେଳେ ଏବେ ସହୃଦବାନ ଲୋକେ କମ୍ବଳ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଦେଓଗାଁ ବ୍ଲକର ଉଡାର ପଞ୍ଚାୟତର ବିଭିନ୍ନ ଗାଁରେ ପୂର୍ବତନ ବିଡିସିସି ବ୍ୟାଙ୍କ ସଭାପତି ଲକ୍ଷ୍ମଣ ମେହେର ସାଥୀ ସହଯୋଗୀଙ୍କ ସହ ଗାଁ ଲୋକଙ୍କୁ କମ୍ବଳ ବଣ୍ଟନ କରିଛନ୍ତି। ସେହିପରି ରାତିରେ ଶୀତ ଲହର ବେଶୀ ଅନୁଭୂତ ହେଉଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ବଲାଙ୍ଗିର ସହରରେ ତାପମାତ୍ରା ସର୍ବନିମ୍ନ ୮.୮ ରେକର୍ଡ କରାଯାଇଥିବା ବେଳେ ତତଲାଗଡ଼ ଟିଟିଲାଗଡରେ ସର୍ବନିମ୍ନ ପାରଦ ୯ ଡିଗ୍ରୀରେ ରହିଥିବା ଜଣାପଡିଛି। ବଲାଙ୍ଗିର ସହରରେ ଯୁବକମାନେ ରାତିରେ କୁଟା, କାଠି ଜାଳି ଉଷୁମ ହେଉଥିବା ଦେଖିବାକୁ ମିଳିଛି। କେବଳ ରାତିରେ ନୁହେଁ, ଭୋରରେ ଏ ଦୃଶ୍ୟ ସାଧାରଣ କଥା ପାଲଟିଛି। ବିଶେଷ କରି ବୟସ୍କ ଲୋକଙ୍କ ପାଇଁ ଶୀତ କଷ୍ଟଦାୟକ ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories