www.samajalive.in
Saturday, December 6, 2025
19.1 C
Bhubaneswar

ଥରେ ବ୍ୟବହାର କରନ୍ତୁ ଏହି ଫେସିଆଲ

ଘରେ ସରଳ ଉପାୟ ଅବଲମ୍ବନ କରି ଆପଣ ନିଜ ତ୍ୱଚାର ସୁନ୍ଦରତାକୁ ଦ୍ୱିଗୁଣିତ କରି ପାରିବେ। ସେଭଳି କେତେକ ସରଳ ଉପାୟ ମଧ୍ୟରୁ ଗୋଟିଏ ହେଉଛି ଖିର ଫେସିଆଲ୍। ସପ୍ତାହକୁ ଥରେ ଏହି ଫେସିଆଲ୍ କରିବା ଦ୍ୱାରା ନିଜେ ଏହାର ଚମତ୍କାରିତା ଅନୁଭବ କରିପାରିବେ। ଜାଣନ୍ତୁ ଏହାର ପ୍ରଣାଳୀ ………
ପ୍ରଥମ ପ୍ରଣାଳୀ – ପ୍ରଥମେ ମୁହଁକୁ ଭଲ ଭାବେ ଧୋଇ ପୋଛି ଦିଅନ୍ତୁ। ଏହାପରେ ଖିରରେ ସାମାନ୍ୟ ଲେମ୍ବୁ ରସ ମିଶାଇ, ଏହାକୁ ତୁଳା ଦ୍ୱାରା ନିଜ ମୁହଁରେ ଭଲ ଭାବେ ମାଲିସ କରନ୍ତୁ। କିଛି ସମୟ ମାଲିସ କରିବା ପରେ ମୁହଁକୁ ଧୋଇ ଦିଅନ୍ତୁ।
୨ୟ ପ୍ରଣାଳୀ – ଏବେ ଖିରରେ ଅଳ୍ପ ଦହି , ଚିନି ମିଶାଇ ଭଲ ଭାବେ ମୁହଁକୁ ୧୦ ରୁ ୧୨ ମିନିଟ ମାଲିସ କରନ୍ତୁ। ଏହାପରେ ମୁହଁକୁ ଧୋଇ ପୋଛି ଦିଅନ୍ତୁ।
୩ୟ ପ୍ରଣାଳୀ – ଗ୍ୟାରେ ଏକ ପାତ୍ରରେ ଉଷୁମ ପାଣି କରି ଅନ୍ୟ ଏକ ପାତ୍ରକୁ କାଢି ଦିଅନ୍ତୁ। ଏହାପରେ ଏହି ପାଣିରେ ଏକ ଛୋଟ ପତାଳା ତଉଲିଆକୁ ବୁଡ଼ାଇ ଭଲ ଭାବେ ଚୁପୁଡ଼ି ଏହାକୁ ମୁହଁ ପୋଛିବା ଭଳି କରନ୍ତୁ। ୨ ରୁ ୩ ଥର ଏଭଳି କରନ୍ତୁ।
୪ର୍ଥ ପ୍ରଣାଳୀ – ୪ ରୁ ୫ ଚାମଚ ଖିରରେ ଅଳ୍ପ ହଳଦୀ, ବେସନ, ମହୁ, ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ରୁ ୨୫ ମିନିଟ ରଖନ୍ତୁ। ଏପରେ ମୁହଁ ଧୋଇ ଦିଅନ୍ତୁ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories