www.samajalive.in
Sunday, December 7, 2025
16.1 C
Bhubaneswar

ଶିକ୍ଷାବିତ୍ କଳକୀ ମିଶ୍ରଙ୍କ ବିୟୋଗରେ ଶୋକ

ତୁଷରା : ସାହାଜବାହାଲ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଶିକ୍ଷାବିତ୍ କଳ୍କୀ ନାରାୟଣ ମିଶ୍ରଙ୍କ ବିୟୋଗରେ ଶିକ୍ଷା ଜଗତରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ମିଶ୍ର ଜଣେ ମିଷ୍ଟଭାଷୀ ଅମାୟିକ ଲୋକ ଥିଲେ। ସମସ୍ତଙ୍କୁ ସ୍ନେହ କରୁଥିଲେ। ସେ ଛାତ୍ରଛାତ୍ରୀଙ୍କୁ ଯେମିତି ସ୍ନେହ କରୁଥିଲେ ଅଧ୍ୟାପକମାନଙ୍କ ପାଇଁ ମଧ୍ୟ ସେଭଳି ପ୍ରେରଣାର ଏକ ଉତ୍ସ ଥିଲେ। ତାଙ୍କର ବିୟୋଗରେ ବଲାଙ୍ଗିରର ଶିକ୍ଷକ ସମାଜ ଜଣେ ପରମ ହିତୈଷୀଙ୍କୁ ହରାଇଲା ବୋଲି ମତ ପ୍ରକାଶ ପାଇଛି।
ସ୍ୱର୍ଗତ ମିଶ୍ରଙ୍କ ବିୟୋଗରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳସଚିବ ଡ.ଦୁର୍ଗାପ୍ରସନ୍ନ ମହାପାତ୍ର, ତୁଷରା କଲେଜର ଅଧ୍ୟକ୍ଷ ରମେଶଚନ୍ଦ୍ର ସିଂହଦେଓ, ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଶନ୍ନ କୁମାର କର୍ଣ୍ଣ, ଡ.ଜୟପ୍ରକାଶ ମିଶ୍ର , ଅଧ୍ୟାପକ ଦାଶରଥି ପଟେଲ , ଚନ୍ଦନଭାଟି କଲେଜର ଅଧ୍ୟକ୍ଷ ଅଶୋକ ପଣ୍ଡା, କୁସଙ୍ଗ କଲେଜର ଅଧ୍ୟାପକ ପରମେଶ୍ୱର ସିଂ, ବଲାଙ୍ଗିର ସରକାରୀ କଲେଜର ଅଧ୍ୟାପକ କୌତୁକ ପନ୍ଦର, ଜୟକୁମାର ଆଚାର୍ଯ୍ୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories