www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ଭୟରେ ନିଜକୁ ୱାଶିଂ ମେସିନ୍ ଭିତରେ ବନ୍ଦ କଲେ ଏହି ଗାୟିକା

ନୂଆଦିଲ୍ଲୀ : କରୋନା ଭୂତାଣୁ(ଭାଇରସ୍)ର ସଂକ୍ରମଣକୁ ଭୟ କରି ସମସ୍ତେ ନିଜ ଘରେ ରହିବାକୁ ବାଧ୍ୟ ହେଉଥିବାବେଳେ ହଲିଉଡର ଜଣେ ଗାୟିକ ନିଜକୁ ୱାଶିଂ ମେସିନ୍ ଭିତରେ ବନ୍ଦ କରିବାର ଏକ ଭିଡ଼ିଓ ଭାଇରାଲ ହେଉଛି। ମାଇଲି ସାଇରସ୍ ନାମକ ହଲିଉଡ ଗାୟିକା ନିଜକୁ ୱାଶିଂ ମେସିନରେ ବନ୍ଦ କରି ରଖିଥିବା ଜଣାପଡିଛି। ସୋସିଆଲ ମିଡିଆରେ ମାଇଲିଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଆରମ୍ଭରେ, ଜଣେ କେହି ମାଇଲିଙ୍କୁ ଆପଣ କେଉଁଠାରେ ଅଛନ୍ତି ବୋଲି ଡ଼ାକୁଛନ୍ତି। ପରେ ଭିଡିଓରେ ଏକ ୱାଶିଂ ମେସିନ୍ ଦେଖାଯାଉଛି ଏବଂ ତା ଭିତରେ ମାଇଲି ଏକ ଧଳା କମ୍ବଳରେ ବସିଥିବା ଦେଖାଯାଉଛନ୍ତି। ମାଇଲିଙ୍କ ଏହି ଭିଡିଓ ଦେଖିବା ପରେ ସମଗ୍ର ବିଶ୍ବରେ କରୋନା ଭୂତାଣୁର ଭୟ କେତେ ପରିମାଣରେ ରହିଛି ତାହା ଆକଳନ କରାଯାଇପାରିବ। ମାଇଲି ସାଇରସ୍ ବିଶ୍ବରେ ବେଶ୍ ଲୋକପ୍ରିୟ। ତାଙ୍କର ଷ୍ଟାଇଲ ଏବଂ ଗୀତଗୁଡିକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ଏହା ବ୍ୟତୀତ ମାଇଲି ତାଙ୍କ ଅଭିନୟ ପାଇଁ ମଧ୍ୟ ଜଣାଶୁଣା।
ସେହିଭଳି ଆଜି ଖବର ମିଳିଛି ଯେ, ’ଆଭେଞ୍ଜର୍ସ’ ଏବଂ ’ଗେମ୍ ଅଫ୍ ଥ୍ରୋନ୍ସ’ର ଅଭିନେତାମାନେ ମଧ୍ୟ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଅଭିନେତା ଇଦରିସ୍ ଏଲବାଙ୍କର ମଧ୍ୟ କରୋନା ଭାଇରସ୍ ପଜିଟିଭ୍ ଆସିଛି। ସେ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ’ଆଜି ସକାଳେ ମୋର କୋଭିଡ-୧୯ ପଜିଟିଭ୍ ଆସିଛି। ଯଦିଓ ମୁଁ ଭଲ ଅନୁଭବ କରୁଛି। ବନ୍ଧୁଗଣ, ଘରେ ରୁହନ୍ତୁ ଏବଂ ଅଧିକ ଭୟଭିତ ହୁଅନ୍ତୁ ନାହିଁ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories