www.samajalive.in
Saturday, December 6, 2025
19.1 C
Bhubaneswar

ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ, ୩ ମୃତ

ଗ୍ୱାଲିୟର: ଗତବର୍ଷର ଦୁର୍ଘଟଣା ପୁଣି ଫେରିଛି। ଗତବର୍ଷ କୋଭିଡ ସଂକ୍ରମଣ ବ୍ୟାପିବା ପରେ ପ୍ରବାସୀ ଶ୍ରମିକମାନେ ଜୀବନ ବିକଳରେ ନିଜ ନିଜ ସ୍ଥାନକୁ ବସ, କାର, ସଡକ ଓ ଟ୍ରେନ ଲାଇନରେ ଚାଲିିଚାଲି, ଏପରିକି ଡଙ୍ଗା କଣି ସମୁଦ୍ର ପଥରେ ଫେରିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିଲେ। ଚଳିତ ବର୍ଷ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ପୁଣି ସେହି ଦୁର୍ଘଟଣାର ପୁନରାବୃଦ୍ଧି ଘଟାଇଛି। ଦିଲ୍ଲୀରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ମଧ୍ୟପ୍ରଦେଶ ଆସୁଥିବା ଏକ ବସ ଓଲଟି ପଡିବାରୁ ସେଥିରେ ଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ୩ ଜଣଙ୍କର ପ୍ରାଣହାନି ଘଟିଛି। ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି।
ବସଟି ପ୍ରବାସୀ ଶ୍ରମିକଙ୍କୁ ନେଇ ଦିଲ୍ଲୀର ସରାଇ କାଲେ ଖାନ୍‍ରୁ ମଧ୍ୟପ୍ରଦେଶର ଟିକମଗଡ ଅଞ୍ଚଳକୁ ଆସୁଥିଲା। ବସରେ ପ୍ରାୟ ୧୦୦ ଜଣ ଯାତ୍ରୀ ଥିବା କୁହାଯାଉଛି। ରାସ୍ତାରେ ଗ୍ୱାଲିୟର ଜିଲାର ଦାବ୍ରା ନିକଟରେ ଡ୍ରାଇଭର ବସ୍‍ ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ଓଲଟି ପଡିଥିଲା। ଆହତମାନଙ୍କୁ ଗ୍ୱାଲିୟରସ୍ଥିତ ଏକ ସରକାରୀ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ ଏସପି ଅମିତ ସାଂଘି କହିଛନ୍ତି ବସରେ ପ୍ରାୟ ୧୦୦ରୁ ଅଧିକ ଲୋକ ଥିଲେ। ସେମାନଙ୍କ ମଧ୍ୟରେ ଅନେକ ଶିଶୁ ଅଛନ୍ତି। ଦିଲ୍ଲୀରେ ଲକ୍‍ଡାଉନ ଘୋଷଣା ହେବାପରେ ସେମାନେ ନିଜ ରାଜ୍ୟକୁ ଫେରିଆସୁଥିଲେ। ଜୋରାସି ଘାଟିରେ ବସ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ବସ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି। ତିନି ମୃତକଙ୍କୁ ଚିହ୍ନଟ କରାଯାଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories