www.samajalive.in
Sunday, December 7, 2025
23.1 C
Bhubaneswar

ଦାରିଂବାଡ଼ି ଘାଟିରେ ଅଟକିଲା ପ୍ରବାସୀଙ୍କ ବସ୍ ; ଘନ ଜଙ୍ଗଲରେ କଟିଲା ରାତି

ବଲାଙ୍ଗିର: ସରକାର ବସରେ ପ୍ରବାସୀଙ୍କୁ ଫେରିବାକୁ ବାରଣ କରିଛନ୍ତି । ହେଲେ ପେଟର ଭୋକ ଆଉ ଜନ୍ମମାଟି ଡ଼ାକ ଆଗରେ ସରକାରୀ ବାରଣକୁ ମାନୁଛି କିଏ ? ତାମିଲନାଡ଼ୁରୁ ବସଭଡ଼ା କରି ବଲାଙ୍ଗିର ଫେରୁଥିବା ୩୦ ପ୍ରବାସୀଙ୍କ ସିନା ସୁରୁଖୁରୁରେ ସେଠାରୁ ବାହାରି ଆସିଲେ ହେଲେ ବାଟରେ ଘାଟି ଉପରେ ଅଟକି ଗଲା ଗାଡ଼ି । ନାଁ ଆଗକୁ ଯାଇ ପାରୁଥିଲା ନା ପଛକୁ । ଶେଷରେ ସାରା ରାତି ଜଙ୍ଗଲ ମଧ୍ୟରେ ଘାଟି ଉପରେ ପାଖାପାଖି ୩୦ ଶ୍ରମିକ କାଟିବାକୁ ବାଧ୍ୟ ହେଲେ । ସକାଳୁ ପୁଲିସ ଗାଡ଼ିକୁ ଘାଟିରୁ ବାହାର କରିବା ପରେ ସେମାନେ ଘରକୁ ଫେରିଛନ୍ତି ।

ତାମିଲନାଡ଼ୁରୁ ଏକ ବସ ଭଡ଼ା କରି ବଲାଙ୍ଗୀର ଅଭିମୁଖେ ବାହାରିଥିଲେ ଫସି ରହିଥିବା ୩୦ ପ୍ରବାସୀ ଓଡ଼ିଆ । ଏମାନଙ୍କ ମଧ୍ୟରେ ବଲାଙ୍ଗୀର ସମେତ ବୌଦ୍ଧ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଅନେକ ଦାଦନ ଶ୍ରମିକ ଥିଲେ ।  ଶନିବାର ରାତିରେ ଦାରିଙ୍ଗବାଡ଼ିର ଏକ ଘାଟି ବୁଲାଣିରେ ବସ୍ ଅଟକି ଯାଇଥିଲା । ବହୁ ସମୟ ଚେଷ୍ଟା ପରେ ସେମାନେ ପୁଲିସକୁ ଖବର ଦେଇଥିଲେ ।  ଘଟଣା ସ୍ଥଳରେ ପହଞ୍ଚିଥିଲା ଗଞ୍ଜାମ ସୋରଡ଼ା ପୁଲିସ । ତେବେ ବିଳମ୍ବିତ ରାତିରେ ଅନ୍ଧାର ଯୋଗୁଁ  ବସ୍ କାଢ଼ିବା ସମ୍ଭବ ନଥିଲା । ଅଟକି ରହିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ପାନୀୟ ଜଳ ଏବଂ କିଛି ଶୁଖିଲା ଖାଦ୍ୟର ବ୍ୟବସ୍ଥା କରି ଚାଲିଯାଇଥିଲା ପୁଲିସ । ଏପରିକି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲା । ରାତି ସାରା ଜଙ୍ଗଲରେ ବିତାଇବା ପରେ ସକାଳୁ ପୁଲିସ ପହଞ୍ଚି ଗାଡ଼ିଟିକୁ ଉଦ୍ଧାର କରିଥିଲା ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories