www.samajalive.in
Sunday, December 7, 2025
14.1 C
Bhubaneswar

ଘରୋଇ ବିମାନ ଚଳାଚଳ ଓ ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର: ଘରୋଇ ବିମାନ ଚଳାଚଳ, ଟ୍ରେନ୍‌ରେ ଯାତ୍ରୀମାନଙ୍କ ଯାତାୟତ ସମ୍ପର୍କିତ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର। ଜୁନ୍ ୧ରୁ ସ୍ୱାଭାବିକ ଟ୍ରେନ୍‌ ଚଳାଚଳ ବାବଦରେ ଭାରତ ସରକାରଙ୍କ ନିର୍ଦେଶନାମା ଜାରି ପରିପ୍ରେକ୍ଷୀରେ ମେ ୩୧ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ଅବଧି ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି କରିଥିବା ଆଦେଶନାମାରେ ଆଂଶିକ ପରିବର୍ତ୍ତନ କରିଛନ୍ତି। ସଂଶୋଧନ ପରେ, କଣ୍ଟେନମେଣ୍ଟ ଅଞ୍ଚଳଗୁଡ଼ିକ ବ୍ୟତୀତ ଅନ୍ୟସବୁ କ୍ଷେତ୍ରରେ କେତେକ କଟକଣା ସହିତ ନିମ୍ନଲିଖିତ କାର୍ଯ୍ୟକଳାପ ଜାରି ରହିବ-

୧. ରାଜ୍ୟ ବାହାରୁ ଆସୁଥିବା ବସ୍‌ ଏବଂ ଯାତ୍ରୀବାହୀ ଗାଡ଼ି ଚଳାଚଳ ଉଭୟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଆପୋଷ ବୁଝାମଣା ଉପରେ କରାଯିବ।

- Advertisement -

୨. ରାଜ୍ୟ ଭିତରେ ଦୁଇ ଚକିଆ ଯାନ, ଘରୋଇ କାର, ସରକାରୀ ଗାଡ଼ି, ଓଲା ଏବଂ ଓବେର ସମେତ ସବୁପ୍ରକାର ଟାକ୍ସି ଗାଡ଼ି ଏବଂ ଅଟୋରିକ୍ସା ଅବାଧରେ ଚଳାଚଳ କରିବ। କିନ୍ତୁ ଚାରି ଚକିଆ ଯାନ ଏବଂ ଅଟୋରିକ୍ସାରେ ଚାଳକଙ୍କ ବ୍ୟତୀତ ମାତ୍ର ଦୁଇଜଣ ଯାତ୍ରୀ/ବ୍ୟକ୍ତି ଯାତ୍ରା କରିପାରିବେ।

୩. ଆନ୍ତଃ-ରାଜ୍ୟ ବସ୍‌, ଯାତ୍ରୀବାହୀ ଯାନ ଏବଂ ସହର ଭିତରେ ଚାଲୁଥିବା ବସ୍‌ଗୁଡ଼ିକ ସିଟ୍‌ ସଂଖ୍ୟା ଅନୁଯାୟୀ ଯାତ୍ରୀମାନଙ୍କୁ ନେଇ ଚଳାଚଳ କରିବେ।

୪. ଆନ୍ତଃ-ରାଜ୍ୟ ଟ୍ରେନ୍‌ ଚଳାଚଳ ଭାରତୀୟ ରେଳବାଇ ଏବଂ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିୟମାବଳୀ ଅନୁସାରେ ହେବ।

୫. ବିମାନ ବନ୍ଦର, ରେଳ ଷ୍ଟେସନ୍‌ ଏବଂ ବସ୍‌ ଷ୍ଟାଣ୍ଡ ବା ବସ୍‌ ଷ୍ଟପ୍‌କୁ ଯାତ୍ରୀ ନେବା ଅଣା କରିବା ପାଇଁ ବ୍ୟବହୃତ ଯାତ୍ରୀବାହୀ ଗାଡ଼ି, ଘରୋଇ ଗାଡ଼ି, ଓଲା, ଓବେର ସମେତ ଟାକ୍ସି ଗାଡ଼ିକୁ ଦିନରାତି ୨୪ ଘଣ୍ଟା ଚଳପ୍ରଚଳ କରିବାକୁ ଅନୁମତି ଦିଆଯିବ।

୬. ସାରା ରାଜ୍ୟରେ ଚାଲୁଥିବା ଯାତ୍ରୀବାହୀ ଗାଡ଼ି, ଘରୋଇ ଗାଡ଼ି ବା ଟାକ୍ସି, ସବୁଥିରେ ଯାତ୍ରା କଲାବେଳେ ଯାତ୍ରୀମାନେ ବାଧ୍ୟତାମୂଳକ ମାସ୍କ ବ୍ୟବହାର କରିବେ। କୋଭିଡ୍‌-୧୯ ରୋଗର କୌଣସି ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ଯାତ୍ରୀବାହୀ ଗାଡ଼ିରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories