www.samajalive.in
Monday, December 15, 2025
26.1 C
Bhubaneswar

ଭାରତୀୟ ଆକାଶରେ ରହସ୍ୟମୟ ଆଲୋକ: ବୈଜ୍ଞାନିକ କହିଲେ, ଚୀନ ରକେଟ୍‌ର ଅଂଶ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ଅନେକ ସ୍ଥାନରେ ରାତିର ଅନ୍ଧକାରରେ ଦେଖାଦେଇଛି ଏକ ରହସ୍ୟମୟ ଆଲୋକ। ଏହି ଦୃଶ୍ୟ ଆକାଶରେ ଦେଖିବାକୁ ମିଳିଥିଲା। ଲୋକଙ୍କ କହିବାନୁଯାୟୀ, ସେମାନେ ଅନେକ ଉଜ୍ଜ୍ଵଳ ରେଖା ଦେଖିଛନ୍ତି। ଏହାପରେ ଅନୁମାନ କରାଯାଉଥିଲା ଯେ, ଏହା ଉଲ୍‌କା ପିଣ୍ଡ ବର୍ଷା କିମ୍ବା ତଳକୁ ଖସୁଥିବା କୌଣସି ଉପଗ୍ରହ ହୋଇପାରେ। ଏହି ରହସ୍ୟମୟ ଆଲୋକକୁ ଲୋକେ କ୍ୟାମେରାରେ କଏଦ କରି ସାମାଜିକ ଗଣମାଧ୍ୟମରେ ଶେୟାର ମଧ୍ୟ କରିଛନ୍ତି। ତେବେ ଏହା ଚୀନ ରକେଟ୍‌ର ଅଂଶ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।

ସୂଚନା ଅନୁସାରେ, ମହାରାଷ୍ଟ୍ରର ନାଗପୁର, ଚନ୍ଦ୍ରପୁର, ଅକୋଲା ଓ ଜଲଗାଓଁ ସହ ମଧ୍ୟପ୍ରଦେଶର ଇନ୍ଦୋର, ଖରଗୋନ, ଝାବୁଆର ଅନେକ ଜିଲାରେ ଲୋକେ ରାତିରେ ଆକାଶରେ ଏହି ରହସ୍ୟମୟ ଆଲୋକ ଦେଖିଥିବା ଦାବି କରିଛନ୍ତି। ଏହାପରେ ଲୋକମାନଙ୍କ ମଧ୍ୟରେ ଗୁଜବ ବ୍ୟାପିଥିଲା ଯେ, ଏହା ଉଲ୍‌କା ପିଣ୍ଡ ବର୍ଷା କିମ୍ବା କୌଣସି ଉପଗ୍ରହ। କିନ୍ତୁ ଆମେରିକୀୟ ବୈଜ୍ଞାନିକ ଜୋନାଥନ ମ୍ୟାକ୍‌ଡୋୱାଲ୍ ଟ୍ବିଟ୍‌ କରି କହିଛନ୍ତି, ଏହା ଚୀନର ରକେଟ୍‌ ଚେଙ୍ଗ୍‌ ଝେନ-୩ବି ଥିଲା। ଏହାକୁ ଗତ ବର୍ଷ ଫେବୃୟାରୀ ମାସରେ ଛଡ଼ା ଯାଇଥିଲା। ପୃଥିବୀ ଆଡ଼କୁ ଖସୁଥିବା ସମୟରେ ଏହାର କିଛି ଅଂଶ ବାୟୁମଣ୍ଡଳ ସଂସ୍ବର୍ଶରେ ଆସିବା ଫଳରେ ଜଳି ଉଠିଥିଲା। ସେ କହିଛନ୍ତି ଯେ, ମୋ ହିସାବରେ ଏହି ଉଜ୍ଜ୍ଵଳ ରେଖା ସେଇଥିରୁ ସୃଷ୍ଟି ହୋଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories