www.samajalive.in
Friday, December 12, 2025
16.1 C
Bhubaneswar

ମେଘାଳୟ ଖଣି ଅଘଟଣ: ଗୋଟିଏ ମୃତଦେହ ଠାବ

ନୂଆଦିଲ୍ଲୀ: ମେଘାଳୟର ବେଆଇନ କୋଇଲା ଖଣିରେ ଫସି ରହିଥିବା ୧୫ ଜଣ ଶ୍ରମିକଙ୍କ ମଧ୍ୟରୁ ଜଣକ ମୃତଦେହ ଠାବ କରାଯାଇପାରିଛି। ଭାରତୀୟ ନୌସେନାର ଉଦ୍ଧାରକାରୀ ଦଳର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ମେଘାଳୟର ପୂର୍ବ ଜୈନ୍ତିୟାର ହିଲ୍‍ସର ଲିଟେନ୍‍ ନଦୀ ତଟବର୍ତ୍ତୀ କାସାନ କୋଇଲା ଖଣିରେ ବେଆଇନ୍‍ ଭାବେ ବର୍ଷ ବର୍ଷ ଧରି ଖନନ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ଏଥିପ୍ରତି ନିଘା ନଥିଲା। ଖଣି ଖନନ ପାଇଁ ଅଳ୍ପ ପାରିଶ୍ରମିକରେ ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଥିଲା। ଏହାର ଫଳ ସ୍ୱରୂପ ଗତ ଡିସେମ୍ବର ୧୩ ତାରିଖରେ କିଛି ଶ୍ରମିକ ଖଣି ଭିତରେ ଫସି ରହିଯାଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ କେତେଜଣ କଷ୍ଟେମଷ୍ଟେ ବାହାରି ଆସିଥିଲେ ମଧ୍ୟ ୧୫ ଜଣ ଶ୍ରମିକ ରହିଯାଇଥିଲେ। ସ୍ଥାନୀୟ ପ୍ରଶାସନ, ଏନ୍‍ଡିଆରଏଫ୍‍, ନୌସେନା, ଓଡ଼ିଶାର ଅଗ୍ନିଶମ ବାହିନୀର ସକଳ ଉଦ୍ୟମ ସତ୍ତେ୍ୱ ୩୪ ଦିନ ଧରି ସେମାନଙ୍କୁ ଉଦ୍ଧାର କରାଯାଇପାରୁନାହିଁ। ଏଥିପାଇଁ ସୁପ୍ରିମକୋର୍ଟ ମଧ୍ୟ ଉଦ୍‍ବେଗ ପ୍ରକାଶ କରିଛନ୍ତି।
ଅବିରତ ଉଦ୍ୟମ ପରେ ନୌସେନା ଉଦ୍ଧାରକାରୀ ଦଳ ଜଣେ ଶ୍ରମିକଙ୍କ ମୃତଦେହ ଠାବ କରିଛନ୍ତି। ତେବେ ଖଣିର ର୍ୟାଟ ହୋଲ୍‍ର ଗଭୀରତା ୬୦ ଫୁଟ ବୋଲି ପୂର୍ବରୁ କୁହାଯାଉଥିବା ବେଳେ ତାହାର ଗଭୀରତା ପ୍ରକୃତରେ ୧୬୦ ଫୁଟ୍‍ ବୋଲି ଅନୁମାନ କରାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories