www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପି ପକ୍ଷରୁ ସେବା ସପ୍ତାହ ଉଦଯାପିତ : ଘଷିପୁରାରେ ମେଗା ରକ୍ତଦାନ ଶିବିର, ୯୨ ଯୁନିଟ ରକ୍ତ ସଂଗ୍ରହ

କେଶଦୁରାପାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ  ଦେଶ ବ୍ୟାପୀ ସେବା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ବିଜେପି ପକ୍ଷରୁ ଘଷିପୁରା ଠାରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ପୂର୍ବତନ ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ରକ୍ତଦାନ ପୂର୍ବକ ଶିବିରକୁ ଉଦଘାଟନ କରିଥିଲେ। ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱ ଓ ଯୁବନେତା ଯଜ୍ଞ ପ୍ରସାଦଙ୍କ ସଂଯୋଜନାରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ସାମାଜିକ ଦୂରତା ରକ୍ଷା କରି ଏହି ଶିବିରରେ ୯୨ ଜଣ ରକ୍ତଦାନ କରିଥିଲେ। କିଶାନ୍ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ବରିଷ୍ଠ ନେତା ଭଗବାନ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ରାମଚନ୍ଦ୍ର ସାହୁ, ନଗର ମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ର, ଗୋଲକ ଜେନା, ତ୍ରିଲୋଚନ ଦାଶ, ଜ୍ଞାନରଞ୍ଜନ ସାମନ୍ତ ସିଂହାର, ନରହରି ପଣ୍ଡା, ନିରାକାର୍ ଦଳାଇ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ମଣ୍ଡଳ ସଭାପତି ଟୁକୁନା ମହାନ୍ତ, ଅନାଦି ସାହୁ, ଶଶିକାନ୍ତ ରାଉତ, କୈଳାଶ ସାମଲ, ବଳଭଦ୍ର ବାରିକ ମଧୁସୂଦନ ରାଉତ, ହରମୋହନ ସାଶିନି, ଜ୍ୟୋତିର୍ମୟୀ ଜେନା, ଧବଳେଶ୍ଵର ସାହୁ, ରଘୁନାଥ ନାହାକ, ପ୍ରଳୟ ସାହୁ, ଯୋଗେନ୍ଦ୍ର ମାଢେଇ, ସୁଶାନ୍ତ ଜେନା, ରାଜକିଶୋର ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories