www.samajalive.in
Saturday, December 13, 2025
21.1 C
Bhubaneswar

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ବୈଠକ

କଳାପଥର : ଆଜି ଉପଖଣ୍ଡ ପ୍ରଶାସନ ତରଫରୁ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୁଷ୍ଟିରେ ରଖି ଉପଜିଲାପାଳ ଦେବୀ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉପଜିଲାପାଳଙ୍କ ସମ୍ବିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଡ଼ିଓ ଅଂଶୁମାନ ଦାସ, ତହସିଲଦାର ବାଙ୍କୀ ଅଶେଷ କୁମାର ନାୟକ, ତହସିଲଦାର ଡମପଡା ସୁଚିସ୍ମିତା ଦାସ, ଅତିରିକ୍ତ ତହସିଲଦାର ସୋନମ୍ ପ୍ରିୟଦର୍ଶିନୀ ସହକାରୀ ଜିଲାପାଳ ଧନଜୟ କିଶାନ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ। ବୈଠକରେ ଖାଦ୍ୟ ପଦାର୍ଥ ମହଜୁଦ ରଖିବା, କଳାବଜାରୀ ରୋକିବା ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳ ଓ ଗର୍ଭବତୀ ପ୍ରସୂତୀମାନଙ୍କୁ ସ୍ଥାନାନ୍ତର କରିବା ସହିତ ରାସ୍ତା ଅବରୋଧ ହଟାଇବା ପାଇଁ ଉପଜିଲାପାଳ ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଖାଦ୍ୟ ଯୋଗାଣ ଅଧିକାରୀ ନିର୍ବାହୀ ଯନ୍ତ୍ରୀ ରାସ୍ତା କୋଠାବାଡ଼ିଙ୍କୁ ନିର୍ଦେଶ ଦେଇଥିଲେ । ମେଡିକାଲ ଅଫିସର ଅଙ୍ଗନବାଡ଼ି କର୍ମୀମାନଙ୍କ ନିକଟରେ ମେଡ଼ିସିନ ମହଜୁଦ ରଖିବା,ବିଡ଼ିଓ ତହସିଲଦାରମାନେ ସଜାଗ ରହିବା ଦରକାର ବୋଲି ମତବ୍ୟକ୍ତ କରିବା ସହିତ ବିଦ୍ୟୁତ୍ ବିଭାଗକୁ ବାତ୍ୟା ପରବର୍ତ୍ତୀ ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନଳକୂପ ବିଶୋଧନ ଓ ପାନୀୟ ଜଳ ଯୋଗାଣ ବିଷୟରେ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ସିଡ଼ିପିଓମାନେ ସଜାଗ ରହିବା ପାଇଁ  ନିର୍ଦ୍ଦେଶ ପ୍ରଦାନ କରିଥିଲେ।

Hot this week

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

Related Articles

Popular Categories