www.samajalive.in
Friday, December 12, 2025
16.1 C
Bhubaneswar

ବନ୍ୟା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଜରୁରୀକାଳୀନ ବୈଠକ

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜରୁରୀକାଳୀନ ବୈଠକ ଡକାଇଛନ୍ତି। ସମସ୍ତ ଜିଲାରେ ୨୪ ଘଣ୍ଟା ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସହରାଞ୍ଚଳର ବିଭିନ୍ନ ସ୍ଥାନ ଜଳମଗ୍ନ ରହୁଥିବାରୁ ଉଚ୍ଚ ଶକ୍ତିସମ୍ପର୍ଣ୍ଣ ପମ୍ପ ଦ୍ୱାରା ଜଳ ନିଷ୍କାସନ କରିବାକୁ ନଗର ଉନ୍ନୟନ ବିଭାଗ ଓ ଜିଲା ପ୍ରଶାସନକୁ କୁହାଯାଇଛି। ପରିସ୍ଥିତି ମୁକାବିଲା ପାଇଁ ଓଡ୍ରାଫ, ଅଗ୍ନିଶମ ଓ ସ୍ୱାସ୍ଥ୍ୟ ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମାଲକାନାଗିରି ଓ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ହେବା ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଛି। ମାଲକାନାଗିରି ଜିଲାରେ ଦୁଇଟି ଓଡ୍ରାଫ ଟିମ ମୁତୟନ କରାଯାଇଛି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଥିବାରୁ ଅଗ୍ନିଶମ ବିଭାଗ ପମ୍ପ ଦ୍ୱାରା ଜଳ ନିଷ୍କାସନ କରାଯାଉଛି।
ସେହିପରି କଟକରେ ଓଡ୍ରାଫ ଟିମ ନିୟୋଜିତ କରାଯାଇଛି ଏବଂ ୧୬ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଏହାବ୍ୟତୀତ ଜଳ ନିଷ୍କାସନ ପାଇଁ ୧୮୧ଟି ପମ୍ପ ନିୟୋଜିତ କରାଯାଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର, ପଞ୍ଚାୟତିରାଜ, ରାଜସ୍ୱ ଓ ଖାଦ୍ୟ ଯୋଗାଣ, ନଗର ଉନ୍ନୟନ ଆଦି ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ। ପାଣିପାଗ ବିଭାଗର ନିର୍ଦ୍ଦେଶକ ଓ ବିଏମସି କମିଶନର ମଧ୍ୟ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories