www.samajalive.in
Saturday, December 6, 2025
23.1 C
Bhubaneswar

ତୃଣମୂଳସ୍ତରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମଚାରୀଙ୍କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଚିକିତ୍ସା ଉପକରଣ ବଣ୍ଟନ

ଗୁରୁଡିଝାଟିଆ: ଆଠଗଡରୁ କରୋନାକୁ ଦମନ କରିବା ସହିତ ଜନସାଧାରଣଙ୍କ ଭିତରେ ସଚେତନତାର ବାର୍ତ୍ତା ପ୍ରଦାନ କରିବା କ୍ଷେତ୍ରରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ମହିଳା, ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ଆଶାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ସମସ୍ତ ପ୍ରତିକୂଳ ପରିବେଶକୁ ଭୃକ୍ଷେପ ନକରି କରୋନା ସଂକ୍ରମିତଙ୍କୁ ସୁସ୍ଥ କରିବା ଓ ସଚେତନତାର ବାର୍ତ୍ତା ବାଣ୍ଟିବା ପ୍ରଧାନ ଓ ମୁଖ୍ୟକାର୍ଯ୍ୟ ବୋଲି ଆଜି ଆଠଗଡ ବିଜୁ ଛାତ୍ର ଜନତାଦଳ ପକ୍ଷରୁ ସ୍ୱାସ୍ଥ୍ୟଉପକରଣ ଓ ସଚେତନତା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପରୋକ୍ତ ମତପ୍ରକାଶ କରିବା ସହିତ ଉପକରଣ ବଣ୍ଟନ କରିଥିଲେ। ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ଉପସ୍ଥିତ ୭୦ଜଣ ସ୍ୱାସ୍ଥ୍ୟକର୍ମୀ ଓ ଆଶାଙ୍କୁ ଅମ୍ଳଜାନ ସ୍ତର ମାପିବା, ଉତ୍ତାପ ମାପିବାର ପ୍ରଣାଳୀ ଓ କିଭଳି ଭାବରେ ଘରକୁ ଘର ବୁଲି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସଫଳ ରୂୁପାୟନ କରିବା ସହିତ କରୋନାକୁ ଦମନ କରିବା ଦିଗରେ କାର୍ଯ୍ୟକରିବେ ସେ ସଂପର୍କରେ ବିଶଦ ଭାବରେ ବୁଝାଇଥିଲେ। ଖୁଣ୍ଟୁଣୀଠାରେ ଯୁବନେତା ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତା କରି ବିଧାୟକ ତଥା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କ ବିଧାୟକ ପାଣ୍ଠିରୁ ଏହି ଉପକରଣ ବଣ୍ଟନ କରାଯାଉଛି। ଆଠଗଡରେ କରୋନା ମୁକାବିଲା କ୍ଷେତ୍ରରେ ଯେପରି ଅନ୍ୟପାଇଁ ଉଦାହରଣ ହେବ ସେଥିପାଇଁ ଶ୍ରୀ ସାହୁ ସମସ୍ତଙ୍କୁ ଶପଥପାଠ କରାଇଥିଲେ। ପ୍ରଶାନ୍ତ କୁମାର ପ୍ରଧାନ, ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଆସଲାମ, ବ୍ଲକ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ, ଦୀପକ ସାହାଣୀ, ବିନୋଦ ମାଝି, ସୁଦଣ୍ଡୁ ବେଉରା ପ୍ରମୁଖ ଉପସ୍ଥିତ ରହି କରୋନା ମୁକାବିଲା ସଂପର୍କିତ ସଚେତନତା ବାଣ୍ଟିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories