ଚୌଦ୍ୱାର: ଚୌଦ୍ୱାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଆଚାର୍ଯ୍ୟ ସାରଦା ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେ.ଏମ୍.ବି.ବି. ଗ୍ରୁପ୍ର ଅଧ୍ୟକ୍ଷ ଡ. ବିଜୁନି ଚରଣ ସୁତାର ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ର ମାନଙ୍କ ଭବିଷ୍ୟତ ଗଠନ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ। ତୃତୀୟ ଓ ପଞ୍ଚମ ସରକାରୀ ବୃତ୍ତି, ସପ୍ତମ ଶ୍ରେଣୀ ଏନ୍.ଆର.ଟି.ଏସ୍. , ଷଷ୍ଠ ଓ ନବମ ଶ୍ରେଣୀ ପଠାଣୀ ସାମନ୍ତ ବୃତ୍ତି ପାଇଥିବା ଓ ଗତ ୧୦ମ ଶ୍ରେଣୀରେ ଏ-୧ ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଏହି ଅବସରରେ ମେଧା ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ପାଦକ ରବୀନ୍ଦ୍ର କୁମାର ସାହୁ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମର ସୂଚନାଦେଇ ଏହି ବିଦ୍ୟାଳୟ ବ୍ଲକ୍ ସ୍ତରରେ ଶ୍ରେଷ୍ଠ ବିଦ୍ୟାଳୟ ସମ୍ମାନ ପାଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଆଚାର୍ଯ୍ୟ ବାଣୀ ଭୂଷଣ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅମରନାଥ ଚୌଧୁରୀ ଓ ଆରତୀ ମହାପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆଚାର୍ଯ୍ୟା ସ୍ନିଗ୍ଧା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



