mission shakti banner

ମଙ୍କଡ଼ ଆଉଟ୍‌ ବିବାଦକୁ ପାସୋରି ଯାଇଛି: ବଟଲର୍‌

BSKY banner  750×100

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍‌ସ ଦଳର ବ୍ୟାଟସମ୍ୟାନ୍‌ଙ୍କୁ ମଙ୍କଡ଼ ଆଉଟ୍‌ କରିଥିଲେ କିଙ୍ଗ୍‌ସ ଏକାଦଶ ପଞ୍ଜାବର ଅଧିନାୟକ ରବିଚନ୍ଦ୍ରନ୍‌ ଅଶ୍ବିନ୍‌। ବ୍ୟାଟସମ୍ୟାନ୍‌ଙ୍କୁ ଚେତାବନୀ ନ ଦେଇ ମଙ୍କଡ଼ ଆଉଟ୍‌ କରିଥିବାରୁ ଅଶ୍ବିନ୍‌ଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ଆଇସିସି ନିୟମ ଅନୁଯାୟୀ ମଙ୍କଡ଼ ଆଉଟ୍‌ ବୈଧ ହୋଇଥିବାରୁ ସେ କିଛି ଭୁଲ୍ କରିନାହାନ୍ତି ବୋଲି ଅଶ୍ବିନ୍‌ ମତ ଦେଇଥିଲେ। ମଙ୍କଡ଼ ଆଉଟ୍ ହେବା ସଂପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବଟଲର୍‌ କହିଛନ୍ତି ଏହି ବିଷୟକୁ ସେ ପାସୋରି ଦେଇ ଆଗକୁ ବଢ଼ି ଯାଇଛନ୍ତି। ମଙ୍କଡ଼ ଆଉଟ୍‌ ହେବା ପରେ ପଡ଼ିଆରେ ଅଶ୍ବିନ୍‌ଙ୍କୁ କ’ଣ କହିଲେ ବୋଲି ପ୍ରଶ୍ନର ଉତ୍ତରରେ ବଟଲର କହିଥିଲେ ତାଙ୍କୁ ଏପରି ଆଉଟ୍‌ କରିବା ଉଚିତ୍‌ ଥିଲା କି ବୋଲି ଅଶ୍ବିନ୍‌ଙ୍କୁ ପ୍ରଶ୍ନ କରିଥିଲେ। ଏପରି ଆଉଟ୍‌ କରିବା ଅଣଖେଳୁଆଡ଼ ମନୋଭାବ ବୋଲି ଅଶ୍ବିନ୍‌ଙ୍କୁ କହିଥିବା ବଟଲର୍‌ ସୂଚନା ଦେଇଛନ୍ତି। ବିଶ୍ବକପ୍‌ରେ କେଉଁ ଦଳ ଚମ୍ପିଆନ୍ ହେବ ବୋଲି ପ୍ରଶ୍ନର ଉତ୍ତରରେ ବଟଲର କହିଥିଲେ ଘରୋଇ ଇଂଲଣ୍ଡ ଦଳ ବିଶ୍ବକପ୍‌ ଚମ୍ପିଆନ୍‌ ହେବା ନିମନ୍ତେ ପ୍ରମୁଖ ଦାବିଦାର।

Comments are closed.