www.samajalive.in
Monday, December 8, 2025
13.1 C
Bhubaneswar

ମୟୁରଭଞ୍ଜରେ ୧୨ଘଣ୍ଟିଆ ବନ୍ଦ ଡାକରା

ବାରିପଦା: ଶନିବାର ଦିନ ମୟୁରଭଞ୍ଜରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସରକାର ଏହି ଜିଲାକୁ ଅବହେଳା କରୁଥିବା ପ୍ରତିବାଦରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିରେ ଓକିଲ ସଂଘ ମଧ୍ୟ ସାମିଲ ହୋଇଛନ୍ତି। ହାଇକୋର୍ଟରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ବନ୍ଦ ହୋଇ ରହିଥିବା ବାରିପଦା ଅର୍ବାନ ବ୍ୟାଙ୍କକୁ ପୁନଃ କାର୍ଯ୍ୟକ୍ରମ ଦାବି ଓ ଲୋକଙ୍କ ଜମା ଟଙ୍କା ଫେରସ୍ତ ଏବଂ ଜିଲାକୁ ରେଳ ବିଭାଗର ଅବହେଳା ପରି ବିଭିନ୍ନ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।
ବନ୍ଦର ପ୍ରଭାବ ସାରା ମୟୁରଭଞ୍ଜ ଜିଲାରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଜାତୀୟ ରାଜପଥରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କର୍ମୀମାନେ ବିକ୍ଷୋଭ କରିଛନ୍ତି। ଫଳରେ ଜାତୀୟ ରାଜପଥରେ ଯାତାୟତ ବନ୍ଦ ହୋଇଯାଇଛି। ଅନେକ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାର ମଧ୍ୟ ଦେଖାଯାଇଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories