www.samajalive.in
Tuesday, December 9, 2025
16.1 C
Bhubaneswar

କୋହଲିଙ୍କ ମ୍ୟାଚ୍ ଫି କଟିଲା

ସାଉଥାମ୍ପ୍‌ଟନ : ଶନିବାର ଚଳିତ ବିଶ୍ବକପ୍‌ରେ ଆଫ୍‌ଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅତ୍ୟଧିକ ଆକ୍ରମଣାତ୍ମକ ଢଙ୍ଗରେ ଅପିଲ କରିବା ଯୋଗୁଁ ଭାରତୀୟ ଅଧିନାୟକ ବିରାଟ କୋହଲି ଦଣ୍ଡିତ ହୋଇଛନ୍ତି। କୋହଲିଙ୍କ ୨୫ ପ୍ରତିଶତ ମ୍ୟାଚ୍ ଫି କାଟି ଦିଆଯାଇଛି। ଆଇସିସି ପକ୍ଷରୁ କୁହାଯାଇଛି ​‌େ​‌ଯ ଅତ୍ୟଧିକ ଅପିଲ କରି ବିରାଟ କୋହଲି ଆଇସିସି ଆଚାର ସଂହିତାର ଧାରା ୨.୧ ଉଲ୍ଲଙ୍ଘନ କରିଛନ୍ତି। ଉକ୍ତ ଘଟଣା ଆଫ୍‌ଗାନିସ୍ତାନ ଇନିଂସର ୨୯ତମ ଓଭରରେ ଘଟିଥିଲା। ଯଶପ୍ରୀତ ବୁମ୍‌ରା ବୋଲିଂ କରୁଥିବା ବେଳେ ବଲ୍ ଆଫ୍‌ଗାନ ବ୍ୟାଟ୍‌ସମ୍ୟାନ ରହମତ୍ ଶାହାଙ୍କ ପ୍ୟାଡ୍‌ରେ ବାଜିଥିଲା। ବୁମ୍‌ରା ଏଲ୍‌ବିଡବ୍ଲ୍ୟୁ ଅପିଲ କରିଥିଲେ ଏବଂ କୋହଲି ଅମ୍ପାୟାରଙ୍କ ଆଡ଼କୁ ଦୌଡ଼ି ଯାଇଥିଲେ। ମ୍ୟାଚ୍ ପରେ ଦୁଇ ପଡ଼ିଆ ଅମ୍ପାୟାର ଅଲିମ୍ ଦାର୍ ଓ ରିଚାର୍ଡ ଇଲିଙ୍ଗ୍‌ୱର୍ଥଙ୍କ ସହ ୩ୟ ଅମ୍ପାୟାର ରିଚାର୍ଡ କେଟ୍‌ଲବରୋ ଓ ୪ର୍ଥ ଅମ୍ପାୟାର ମାଇକେଲ ଗଫ୍ କୋହଲିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। କୋହଲି ଆଚାର ସଂହିତା ଉଲ୍ଲଙ୍ଘନ କରିଥିବାରୁ ମ୍ୟାଚ୍ ରେଫେରି ଇଂଲଣ୍ଡର କ୍ରିସ୍ ବ୍ରଡ୍‌ ତାଙ୍କର ୨୫ ପ୍ରତିଶତ ମ୍ୟାଚ୍‌ ଫି କାଟି ଦେଇଥିଲେ। କୋହଲି ତାଙ୍କ ଦୋଷ ସ୍ବୀକାର କରି ନେଇଥିବାରୁ ଆଉ ଶୁଣାଣିର ଆବଶ୍ୟକତା ପଡ଼ିନଥିଲା। ୨୫ ପ୍ରତିଶତ ମ୍ୟାଚ୍‌ ଫି କାଟିବା ସହ କୋହଲିଙ୍କ ଶୃଙ୍ଖଳାଗତ ରେକର୍ଡରେ ଗୋଟିଏ ନାସ୍ତିସୂଚକ (ଡିମେରିଟ୍‌) ପଏଣ୍ଟ ଯୋଗ କରାଯାଇଛି। ୨୦୧୮ ଜାନୁୟାରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରିଟୋରିଆ ଟେଷ୍ଟ ମ୍ୟାଚ୍‌ରେ ଗୋଟିଏ ଡିମେରିଟ୍‌ ପଏଣ୍ଟ ପାଇଥିବା ବିରାଟ କୋହଲିଙ୍କର ଡିମେରିଟ୍‌ ପଏଣ୍ଟ ସଂଖ୍ୟା ୨ ହୋଇଯାଇଛି। ୨୪ ମାସ ମଧ୍ୟରେ ଜଣେ ଖେଳାଳିଙ୍କର ୪ କିମ୍ବା ଅଧିକ ଡିମେରିଟ୍‌ ପଏଣ୍ଟ ହୋଇଗଲେ ଏହା ନିଲମ୍ବନ ପଏଣ୍ଟ ପାଲଟିଯିବ। ୨ଟି ନିଲମ୍ବନ ପଏଣ୍ଟ ହେଲେ ଖେଳାଳି ଗୋଟିଏ ଟେଷ୍ଟ, ୨ଟି ଦିନିକିଆ କିମ୍ବା ୨ଟି ​‌େ​‌ଟ୍ବଣ୍ଟି୨୦ ମ୍ୟାଚ୍‌ରୁ ବାସନ୍ଦ ହେବେ।

Hot this week

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

Related Articles

Popular Categories