www.samajalive.in
Saturday, December 13, 2025
26.1 C
Bhubaneswar

ବୈଷ୍ଣୋଦେବୀ ପୀଠରେ ତୀର୍ଥଯାତ୍ରୀଙ୍କ ଭିଡ ; ଗୋଟିଏ ଦିନରେ ୪୭ ହଜାରରୁ ଅଧିକ ଶ୍ରଦ୍ଧାଳୁ କଲେ ମା’ଙ୍କ ଦର୍ଶନ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଗୋଟିଏ ଦିନରେ ପ୍ରାୟ ୪୭ହଜାର ୩୬୯ଜଣ ତୀର୍ଥଯାତ୍ରୀ ମାତା ବୈଷ୍ଣୋଦେବୀଙ୍କର ଦର୍ଶନ କରିଛନ୍ତି । କୌଣସି ଗୋଟିଏ ଦିନରେ ଏତେ ସଂଖ୍ୟାରେ ଲୋକମାନେ ବୈଷ୍ଣୋଦେବୀଙ୍କର ଦର୍ଶନ କରିବା ଚଳିତ ବର୍ଷର ପ୍ରଥମ ଘଟଣା । ମାତା ବୈଷ୍ଣୋଦେବୀ ପୀଠ ବୋର୍ଡର ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ଅରବିନ୍ଦ କରୱାନୀ କହିଛନ୍ତି,ଦେଶରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗ୍ରୀଷ୍ମ ଛୁଟି ଯୋଗୁଁ ବୈଷ୍ଣୋଦେବୀ ମନ୍ଦିରରେ ତୀର୍ଥଯାତ୍ରୀମାନଙ୍କର ଏଭଳି ଭିଡ଼ ଦେଖିବାକୁ ମିଳିଛି।

ସେ କହିଛନ୍ତି, ଗତ ୧୫ ତାରିଖ ସୁଦ୍ଧା ମୋଟ୍‍ ୩୨ଲକ୍ଷ ୭୬ହଜାର ତୀର୍ଥଯାତ୍ରୀ ବୈଷ୍ଣୋଦେବୀଙ୍କର ଦର୍ଶନ ଲାଭ କରିଛନ୍ତି। ଏହି ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ସେ କହିଛନ୍ତି, ଲୋକମାନଙ୍କର ସୁବିଧା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୈଷ୍ଣୋଦେବୀ ପୀଠ ପକ୍ଷରୁ ଏକ ବିକଳ୍ପ ପଥ ନିର୍ମାଣ କରାଯାଇଛି ଓ ଏହାର ନାମ ତାରାକୋଟେ ମାର୍ଗ ରଖାଯାଇଛି। ଏହାର ଦୂରତା ୭ କିଲୋମିଟର ରହିଛି। ଗତ ମେ ମାସରେ ପ୍ରଧାନମନ୍ତ୍ରୀ ତାରାକୋଟେ ମାର୍ଗକୁ ଉଦ୍‍ଘାଟନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories