www.samajalive.in
Sunday, December 7, 2025
15.1 C
Bhubaneswar

ମସଲା ଚା’ ଶରୀର ପାଇଁ ଉପକାରୀ

ଋତୁ ବଦଳିବା ସହ ଆମ ଶରୀର ଅନେକ ପ୍ରକାର ରୋଗ ଶିକାର ହୋଇଥାଏ। ଶୀତଦିନେ ବିଶେଷ କରି ଥଣ୍ଡା, ଜ୍ବର, ଫ୍ଲୁ ଇତ୍ୟାଦି ହୋଇଥାଏ। ଥଣ୍ଡା, ଜ୍ବରକୁ ସମସ୍ତେ ସାମାନ୍ୟ ରୋଗ ଭାବି ଥାଆନ୍ତି। କିନ୍ତୁ ଏହା ଅଧିକ ଦିନ ଧରି ଲାଗି ରହିବା ଦ୍ବାରା ଅନ୍ୟ ରୋଗ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ। ଶୀତଦିନେ ଥଣ୍ଡା, ଜ୍ବରରୁ ରକ୍ଷା ପାଇବା ପାଇଁ ପ୍ରାକୃତିକ ଉପଚାର କରିବା ଦରକାର। ପ୍ରାକୃତିକ ଉପଚାର କରିବା ଦ୍ବାରା ଶରୀରକୁ କୌଣସି କ୍ଷତି ହୋଇ ନଥାଏ। ଆସନ୍ତୁ ଜାଣିବା ସେସବୁ କ’ଣ ..

ସମସ୍ତେ ସାଧାରଣତଃ ଚା ପିଇବାକୁ ପସନ୍ଦ କରିଥାଆନ୍ତି। ଶୀତଦିନେ ନିଜକୁ ସୁସ୍ଥ ରଖିବା ପାଇଁ ମସଲା ଚା ପିଇବା ଉଚିତ। ଏହି ମସଲା ଚା ପ୍ରସ୍ତୁତ କରିବା ପାଇଁ ଲବଙ୍ଗ, ଅଦା, ଗୋଲମରିଚ, ଗୁଜୁରାତି, ତୁଳସୀ ପତ୍ର ଆବଶ୍ୟକ। ଏହାକୁ ବ୍ୟବହାର କରିବା​‌ ଦ୍ବାରା ଶରୀରକୁ ସୁସ୍ଥ ଓ ସତେଜ ଅନୁଭବ ହୋଇଥାଏ। ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଥାଏ। ତେଣୁ ମସଲା ଚା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ​‌ଏକ ଗ୍ଲାସ ପାଣି ନିଅନ୍ତୁ। ପାଣି ଫୁଟିଲା ପରେ ସେଥିରେ ଚା ପତି ପକାନ୍ତୁ। ସେଥିରେ ଲବଙ୍ଗ, ଅଦା, ଗୋଲମରିଚ, ଗୁଜୁରାତି, ତୁଳସୀ ପତ୍ର ଇତ୍ୟାଦିକୁ ପକାଇ ଦିଅନ୍ତୁ। ପାଣି ଅଧା ହେଲା ପର୍ଯ୍ୟନ୍ତ ତାକୁ ଫୁଟାନ୍ତୁ। ତାକୁ ଗ୍ୟାସରୁ ଓହ୍ଲାଇ କପକୁ ଢାଳନ୍ତୁ। ସେଥିରେ ଏକ ଚାମଚ ମହୁ ପକାଇ ପିଅନ୍ତୁ। ଆପଣ ଚାହିଁଲେ ଏଥିରେ କ୍ଷୀର ପକାଇ ମଧ୍ୟ ପ୍ରସ୍ତୁତ କରି ପାରିବେ।

- Advertisement -

ଏହି ଚା ରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ଏଥିରେ ପାଲିଫେନଲ ରହିଥିବାରୁ ତାହା ଶରୀରକୁ ଅନେକ ରୋଗ ସହ ଲଢିବାକୁ ସକ୍ଷମ କରିଥାଏ। ଶରୀରରେ ରହିଥିବା ଅନେକ କୋଷଗୁଡିକୁ କ୍ଷତି ହେବାରୁ ରକ୍ଷା କରିଥାଏ। ତେଣୁ ଏହା ଶୀତ ଦିନେ ଥଣ୍ଡା, ଜ୍ବରରୁ ରକ୍ଷା କରିଥାଏ।

ମସଲା ଚା ପିଇବା ଦ୍ବାରା ପାଚନ କ୍ରିୟା ଠିକ ଭାବେ ହୋଇଥାଏ। ଗୋଲମରିଚ ଦ୍ବାରା ହଜମ ପ୍ରକ୍ରିୟା ସଠିକ ଭାବେ ହୋଇଥାଏ। ଏହା ପାଚନ ତନ୍ତ୍ରକୁ ମଜଭୂତ ରଖିଥାଏ।

ମସଲା ଚାରେ ଅଦା ପଡିଥିବାରୁ ତାହା ଅଧିକ ସ୍ବାଦିଷ୍ଟ ଲାଗିଥାଏ। ଅଦାରେ ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଥିବା ଔଷଧୀୟ ଗୁଣ ଶରୀରକୁ ଅନେକ ରୋଗ ଠାରୁ ଦୂରେଇ ରଖିଥାଏ।

ଲବଙ୍ଗ ଓ ଗୁଜୁରାତି ମଧ୍ୟ ଶରୀରକୁ ଅନେକ ରୋଗ ଠାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories