ବଜାରକୁ ପ୍ରଥମ ଇଲେକ୍ଟ୍ରିକ୍ କାର୍ ଆଣିବ ମାରୁତି ସୁଜୁକି, ଥରେ ଚାର୍ଜ କଲେ ଯିବ ୫୫୦ କି.ମି.

ନୂଆଦିଲ୍ଲୀ : ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ନିଜ ପ୍ରଥମ ଇଲେକ୍ଟ୍ରିକ୍ କାର୍ ଲଞ୍ଚ୍ କରିବ । କମ୍ପାନୀ ନିଜ ବିଳାସପୂର୍ଣ୍ଣ ଆଉଟଲେଟ୍ ‘ନେକ୍ସା’ ଜରିଆରେ ଲଞ୍ଚ୍ କରିବ । ମାରୁତିର ପ୍ରଥମ ଇଲେକ୍ଟ୍ରିକ୍ ଏସୟୁଭି ଇଭିଏକ୍ସ ଆଗାମୀ ବର୍ଷ ଅର୍ଥାତ୍ ୨୦୨୫ରେ ଲଞ୍ଚ୍ ହେବ । କମ୍ପାନୀ ଏହାକୁ ପ୍ରଥମ ଥର ଇଣ୍ଡିଆନ ଅଟୋ ଏକ୍ସପୋ ୨୦୨୩ରେ ପ୍ରଦର୍ଶିତ କରିଥିଲା ।

ଏହି ଇଲେକ୍ଟ୍ରିକ୍ କାରକୁ ଜାପାନରେ ସୁଜୁକି ମୋଟର କର୍ପୋରେସନ ଡିଜାଇନ୍ ଏବଂ ଡେଭଲପ୍ କରିଛି । ଏଥିରେ ୬୦ କେଡବ୍ଲୁଏଚର ବ୍ୟାଟେରୀ ପ୍ୟାକ୍ ଏବଂ ଏକ ଇଲେକ୍ଟ୍ରିକ୍ ମୋଟର ଦିଆଯାଇଛି । କମ୍ପାନୀ କହିଛି କି ଥରେ ଫୁଲ ଚାର୍ଜ କଲେ ଏହି କାର୍ ୫୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ।

ଏହାର ସାମ୍ନାରେ ଏକ କଳା ଆଉଟ ଗ୍ରିଲ୍, ଏଲ୍ ଆକାରର ହେଡଲ୍ୟାମ୍ପ ଏବଂ ଏକ ସ୍ମୁଥ୍ ବମ୍ପର ଦିଆଯାଇଛି । ଏଥିରେ ୧୭ ଇଞ୍ଚର ଆଲୟ ହ୍ବିଲ୍ ମିଳିବ । ତେବେ ଅନ୍ୟ କିଛି ଫିଚର୍ସ ସମ୍ପର୍କରେ କିଛି ତଥ୍ୟ ସାମ୍ନାକୁ ଆସିପାରିନି । କହିରଖୁଛୁ ନେକ୍ସା ମାରୁତି ସୁଜୁକିର ପ୍ରିମିୟମ୍ ଚ୍ୟାନେଲ୍ ଯାହାକୁ ୨୦୧୫ ମସିହାରେ ଆରମ୍ଭ କରାଯାଇଥିଲା । ଏହି ଚ୍ୟାନେଲ କମ୍ପାନୀର ଫ୍ଲେକ୍ସିଭ୍ ଏବଂ ପ୍ରିମିୟମ୍ ଗାଡି ଅଫର କରିଥାଏ ।

Comments are closed.