www.samajalive.in
Saturday, December 6, 2025
26.1 C
Bhubaneswar

ସୁଖମୟ ବୈବାହିକ ଜୀବନ ପାଇଁ ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ସୁଖମୟ ବୈବାହିକ ଜୀବନ ପାଇଁ କେତେକ ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଗୃହର ସମସ୍ତ କକ୍ଷ ସହ କିଛି ବାସ୍ତୁ ନିୟମ ଜଡ଼ିତ। ତେଣୁ ଗୃହର ସମସ୍ତ କକ୍ଷ ଗୁଡ଼ିକ ବାସ୍ତୁ ନିୟମ ଅନୁଯାୟୀ ହେବା ଉଚିତ। ଏତଦ ବ୍ୟତୀତ କକ୍ଷ କେଉଁ ସ୍ଥାନରେ କେଉଁ ବାସ୍ତୁ ନିୟମ ଅନୁଯାୟୀ ହେବା ଉଚିତ ତାହା ମଧ୍ୟ ଜାଣିବା ଆବଶ୍ୟକ । ଆମକୁ ଅଧିକାଂଶ ସମୟ ଶୟନ କକ୍ଷରେ ରହିବାକୁ ଆରମ ଲାଗିଥାଏ। ଏଠାରେ ଶୋଇବା, ଟିଭି ଦେଖିବାକୁ ଶାନ୍ତି ଅନୁଭବ ହୋଇଥାଏ। ବୈବାହିକ ଜୀବନର ସମସ୍ୟା ଦୂର , ହସଖୁସିର ବାତାବରଣ ପାଇଁ ଶୟନ କକ୍ଷରେ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ….
ଶୟନ କକ୍ଷରେ ପଲଙ୍କ ସମ୍ମୁଖରେ ଆଇନା ରଖନ୍ତୁ ନାହିଁ। ପଲଙ୍କ ସମ୍ମୁଖରେ ଆଇନା ରହିବା ଦ୍ୱାରା ଆପଣ ସର୍ବଦା ଚିନ୍ତାଗ୍ରସ୍ତ ରହିବେ।
ଶୟନ କକ୍ଷରେ ଝରକା ସମ୍ମୁଖରେ ଆଇନା ରହିବା ଦ୍ୱାରା, ଆଇନା ଉପରେ ରଶ୍ମି ପ୍ରତିଫଳିତ ହୋଇ ଆପଣଙ୍କ ଉପରେ ପଡ଼ିଥାଏ। ଏହା ଆପଣଙ୍କ ଜୀବନରେ କୁପ୍ରଭାବ ପକାଇଥାଏ।
ଶୟନ କକ୍ଷରେ ବସିବା ପାଇଁ ଟେବୁଲ ଓ ଚ୍ୟାୟାରର ଆକାର ଅର୍ଦ୍ଧଚନ୍ଦ୍ରାକାର , ବୃତ୍ତାକାର ହେବା ଉଚିତ ନୁହେଁ। ଏପରି ହେବା ଦ୍ୱାରା ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହେ ନାହିଁ।
ଶୟନ କକ୍ଷରେ ଏପରି ସ୍ଥାନରେ ଲାଇନ ଲଗାନ୍ତୁ ଯେପରି, ଏହା ସିଧାସଳଖ ପଲଙ୍କ ଉପରେ ନପଡ଼ୁଥିବ। ପଲଙ୍କର ବାମ ପଟେ ପଡ଼ିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ଶୟନ କକ୍ଷରେ ଝରକା ନିଶ୍ଚୟ ରଖନ୍ତୁ। କାରଣ କକ୍ଷରେ ପ୍ରତିଦିନ ସୂର୍ଯ୍ୟାଲୋକ ପଡ଼ିବା ନିତ୍ୟାନ୍ତ ଆବଶ୍ୟକ। ଏପରି ହେବା ଦ୍ୱାରା ଶୟନ କକ୍ଷରେ ସର୍ବଦା ସକରାତ୍ମକ ଶକ୍ତି ରହିଥାଏ।
ଶୋଇବା ସମୟରେ ପାଦ କକ୍ଷର ଦରଜା ସମ୍ମୁଖକୁ କରନ୍ତୁ ନାହିଁ।
ଶୟନ କକ୍ଷରେ ଦରଜାର ଅତି ନିକଟରେ ପଲଙ୍କ ରଖନ୍ତୁ ନାହିଁ। ପଲଙ୍କ ଦରଜାର ନିକଟରେ ରହିବା ଦ୍ୱାରା ଦମ୍ପତ୍ତିଙ୍କ ମନରେ ଅଶାନ୍ତି ରହିଥାଏ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories