www.samajalive.in
Sunday, December 7, 2025
16.1 C
Bhubaneswar

ଯାଜପୁର ଗସ୍ତରେ ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗଚି

ଯାଜପୁର : ‘ମୋ ସ୍କୁଲ’ ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ହୋଇପାରିବ ବୋଲି ଏହାର ଅଧ୍ୟକ୍ଷା ସୁସ୍ମିତା ବାଗଚି କହିଛନ୍ତି। ବୁଧବାର ଅଧ୍ୟକ୍ଷା ବାଗଚି ଯାଜପୁର ଜିଲା ଗସ୍ତ କରି ରାମବାଗ ହାଇସ୍କୁଲ ଏବଂ ଜିଲା ସ୍କୁଲ ପରିଦର୍ଶନ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ସ୍କୁଲରେ ରହିଥିବା ବିଭିନ୍ନ ଅଭାବ ଅସୁବିଧା ଓ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମଧ୍ୟ ବିଭିନ୍ନ ମତାମତ ଗ୍ରହଣ କରିଥିଲେ। ପରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର ପ୍ରମୁଖ ଜିଲାର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ନିଜର ମତ ଦେଇଥିଲେ।

- Advertisement -

ଯାଜପୁର ଜିଲାରେ ‘ମୋ ସ୍କୁଲ’ ଅଭିଯାନକୁ ସଫଳ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିରେ ଅଦ୍ୟାବଧି ୪୫ଟି ସ୍କୁଲକୁ ସାମିଲ କରାଯାଇଛି। ଏହି ସମୀକ୍ଷା ବୈଠକରେ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲାର ସମସ୍ତ ବିଇଓ ଏବଂ ‘ମୋ ସ୍କୁଲ’ର ରାଜ୍ୟ ସଂଯୋଜକ ଅମରଜିତ୍ ଜେନା, ପ୍ରୋଗ୍ରାମ ଅଫିସର ପ୍ରାର୍ଥବୀର ସାମଲ ପ୍ରମୁଖ ସାମିଲ ହୋଇଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories