www.samajalive.in
Thursday, December 11, 2025
18.1 C
Bhubaneswar

କନ୍ଧମାଳରେ ପୁଣି ପୁଲିସ୍- ମାଓବାଦୀ ମୁହାଁମୁହିଁ

ଫୁଲବାଣୀ : କନ୍ଧମାଳ ଜିଲାରେ ପୁଣି ଥରେ ପୁଲିସ୍-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିବାର ଜଣାଯାଇଛି। କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ କଳାହାଣ୍ଡି ସୀମାନ୍ତ ପାଙ୍ଗାବାଜୁ ଜଙ୍ଗଲରେ ଆଜି ପୁଲିସ୍-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣା ପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଜଙ୍ଗଲରେ ମାଓ ଚଳପ୍ରଚଳ ନେଇ କୌଣସି ପ୍ରକାର ସୂଚନା ପାଇ  କନ୍ଧମାଳ ଏସପି ସଂପୃକ୍ତ ଜଙ୍ଗଲରେ କୁମ୍ବିଂ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପରେ ଆଜି ସକାଳୁ ଏସଓଜି ଓ ଡିବିଏଫ ଟିମ୍ ମିଳିତ ଭାବେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଅପରାହ୍ନ ପ୍ରାୟ ୪ଟା ସମୟରେ ମାଓବାଦୀ ଓ ପୁଲିସ୍ ମଧ୍ୟରେ ସାମ୍ନାସାମ୍ନି ହେବା ସହ ଗୁଳି ବିନିମୟ ହୋଇଥିବା ବେଳେ ମାଓବାଦୀମାନେ ଘଂଚ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ। ପରେ ସର୍ଚ୍ଚ ଅପରେସନ କରି ପୁଲିସ୍ ଟିମ୍ ମାଓ କ୍ୟାମ୍ପରୁ ବନ୍ଧୁକ ସମେତ କିଛି ମାଓ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି। ତେବେ କେହି ମୃତାହତ ହୋଇଛନ୍ତି ନା ନାହିଁ ଜଣାପଡି ନାହିଁ। ଟିମ୍ ଫେରିନଥିବାରୁ ବିଶେଷ କିଛି ଜଣା ପଡିନଥିବା କନ୍ଧମାଳ ଏସପି ଭିଡ଼ିତ୍ ଅଗ୍ରୱାଲ ସୂଚନା ଦେଇଛନ୍ତି। ବୁଧବାର ଏନେଇ ସଂପୂର୍ଣ୍ଣତଥ୍ୟ ମିଳିବ ବୋଲି ସୂଚନା ଦିଆଯାଇଛି।

- Advertisement -

ସୂଚନା ଯୋଗ୍ୟ ଯେ, ଗତ ୯ ତାରିଖରେ କଳାହାଣ୍ଡି ପୁଲିସ୍ ପକ୍ଷରୁ ବେଲଘର ଥାନା ଭଣ୍ଡରଙ୍ଗି ସିର୍କି ଜଙ୍ଗଲରେ କୁମ୍ବିଂ ଅପରେସନ ବେଳେ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୫ ଜଣ କ୍ୟାଡର ମାଓବାଦୀ ନିହତ ହୋଇଥିବା ବେଳେ ଦୁଇ ଜଣ ଏସଓଜି ଯବାନ ସହିଦ୍ ହୋଇଥିଲେ। ଏଥିପୂର୍ବରୁ ଗତ ଜୁଲାଇ ମାସରେ କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ସିର୍ଲା ଜଙ୍ଗଲରେ ୩ଥର ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିବା ବେଳେ ସେଥିରେ ୭ ମାଓବାଦୀ ନିହତ ହୋଇଥିଲେ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories