www.samajalive.in
Wednesday, December 10, 2025
16.1 C
Bhubaneswar

ରାଜ୍ୟରେ ଆଜି ସୁସ୍ଥ ହେଲେ ୩୭୧୪ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୧, ୨୫, ୭୩୮କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟ ବାସୀଙ୍କ ପାଇଁ ଖୁସି ଖବର। ଆଜି ରାଜ୍ୟରୁ ମୋଟ ୩୭୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଭୂତାଣୁ ମହାମାରୀରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧, ୨୫, ୭୩୮କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ବରଗଡ଼ ଜିଲାରୁ ୩୯୭, କଟକ ୩୭୫, ଯାଜପୁର ୨୪୨, ପୁରୀ ୨୦୧, ମୟୂରଭଞ୍ଜ ୧୫୨, ଝାରସୁଗୁଡ଼ା ୧୧୭, ବାଲେଶ୍ୱର ୧୧୫, କୋରାପୁଟ ୧୧୫, କନ୍ଧମାଳ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ସେହିପରି ଜଗତସିଂହପୁର ୯୩, ଗଞ୍ଜାମ ୯୨ ଜଣ, କେନ୍ଦ୍ରାପଡ଼ା ୮୮ ଜଣ, ସୁବର୍ଣ୍ଣପୁର ୮୪, ସୁନ୍ଦରଗଡ଼ ଜିଲ୍ଲାରୁ ୮୪, ବଲାଙ୍ଗୀର ୭୫, ଅନୁଗୁଳ ୭୨, ସମ୍ବଲପୁର ୭୧, ନୟାଗଡ଼ ୭୦, କେନ୍ଦୁଝର ୬୦, ନବରଙ୍ଗପୁର ୫୯, ନୂଆପଡ଼ା ୫୩, କଳାହାଣ୍ଡି ୪୮, ଦେବଗଡ଼ ୪୩, ଗଜପତି ୩୮, ଭଦ୍ରକ ୩୪, ଢେଙ୍କାନାଳ ୩୪ ଜଣ, ମାଲକାନଗିରି ୨୨, ବୌଦ୍ଧ ୧୯ ଓ ରାୟଗଡ଼ା ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories