ଫୁଲବାଣୀ : ଦୀର୍ଘ ୩ ବର୍ଷ ପରେ ପୂରଣ ହୋଇଛି ଖଜୁରିପଡ଼ା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦବୀ। ନୂତନ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଶ୍ରୀମତି ସିବାରାଣି ମଲିକ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ବେହେରାଙ୍କ ଠାରୁ ଦାୟିତ୍ୱ ଗ୍ରହଣ ପରେ ବିଦ୍ୟାଳୟ ଅଭିଭାବକ ସଂଘ ସଭାପତି ରମାକାନ୍ତ ବେହେରା ଓ ଅନ୍ୟମାନେ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ ନୂତନ ପ୍ରଧାନ ଶିକ୍ଷୟତ୍ରୀଙ୍କୁ। ଦୀର୍ଘଦିନ ପରେ ଏହି ପଦବୀ ପୂରଣ ହୋଇଥିବ ଯୋଗୁଁ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ଓ ଅଭିବାବକମାନେ ଖୁସି ବ୍ୟକ୍ତ କରିଥିବା ବେଳେ ବିଦ୍ୟାଳୟର ସର୍ବାଙ୍ଗିନ ଉନ୍ନତି ସହିତ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବି ବୋଲି ପ୍ରକାଶ କରିଛନ୍ତି ନୂତନ ପ୍ରଧାନ ଶିକ୍ଷୟତ୍ରୀ।



