www.samajalive.in
Saturday, December 6, 2025
19.1 C
Bhubaneswar

ରାସ୍ତା ନିର୍ମାଣକୁ ଲାଲ ବାହିନୀର ବିରୋଧ, ଠିକାଦାର ଏବଂ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ଚେତାବନୀ

ଲାଞ୍ଜିଗଡ: ଲାଞ୍ଜିଗଡରେ ମାଓବାଦୀଙ୍କ ଗତିବିଧି ଦିନକୁ ଦିନ ବୃଦ୍ଧି ପାଉଛି। ଲାଞ୍ଜିଗଡ ବ୍ଲକରେ ହେଉଥିବା ଅନେକ ଗୁଡିଏ ବିକାଶ ମୂଳକ କାର୍ଯ୍ୟକୁ ଲାଲ ବାହିନୀ ପକ୍ଷରୁ ବିରୋଧ କରାଯାଉଛି। ବ୍ଲକରେ ୩୦ରୁ ଉର୍ଦ୍ଧ୍ବ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ହେଉଥିବା ବେଳେ ନିୟମଗିରି ଅଞ୍ଚଳରେ ହେଉଥିବା ରାସ୍ତାକାମକୁ ବିରୋଧ କରିଛି ଲାଲବାହିନୀ।

ସୂଚନା ଅନୁଯାୟୀ, ଆମ୍ବଗୁଡା ରାସ୍ତା ଠାରୁ ତ୍ରିଲୋଚନପୁରକୁ ଯାଉଥିବା ରାସ୍ତା ଓ ତ୍ରିଲୋଚନପୁର ଠାରୁ ଫୁଲଡୁମେରକୁ ଯାଉଥିବା ରାସ୍ତା କାମକୁ ବନ୍ଦ କରିବା ପାଇଁ ଗତ କିଛିଦିନ ତଳେ ମାଓବାଦୀମାନେ ଚେତାବନୀ ଦେଇଥିଲେ। ରାସ୍ତାକାମ ବନ୍ଦ ନହେବାରୁ ଆମ୍ବଗୁଡା ଗାଁ ଓ ତ୍ରିଲୋଚନପୁର ଠାରେ ଆଜି ପୁଣି ମାଓ ପୋଷ୍ଟର ଦେଖିବାକୁ ମିଳିଛି। ପୂର୍ବ ମାଓ ପୋଷ୍ଟରରେ ରାସ୍ତାକାମକୁ ୫ଫୁଟ କରିବା ପାଇଁ କୁହାଯାଇଥିବା ବେଳେ ସେହି ରାସ୍ତାକୁ ୮ଫୁଟ କରାଯାଉଛି। ଏହାକୁ ଅବମାନନା କରିଥିବା ଠିକାଦାର ଏବଂ ସଂପୃକ୍ତ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଚେତାବନୀ ଦିଆଯାଇଛି। ସ୍ଥାନୀୟ ଅଞ୍ଚଳରୁ ବାରମ୍ବାର ମାଓ ପୋଷ୍ଟର ଜବତ ହେବା ଫଳରେ ଅଞ୍ଚଳବାସୀଙ୍କ ମନରେ କୋକୁଆଭୟ ସୃଷ୍ଟି ହେଉଛି। ପ୍ରଶାସନ ମଧ୍ୟ ଜାଣିଶୁଣି ଚୁପ ରହୁଥିବାରୁ ଜନଅସନ୍ତୋଷ ପ୍ରକାଶ ପାଇଛି।

- Advertisement -

ଏହା ସହ ବର୍ତ୍ତମାନ ଯେଉଁ ରାସ୍ତା ନିର୍ମାଣ ହୋଇଛି ସେହି ରାସ୍ତାରେ ପିଚୁ ପକାଇବାକୁ ଲାଲବାହିନୀ ପକ୍ଷରୁ ମନା କରାଯାଇଛି। ଏଥିରେ କାର୍ଯ୍ୟରତ ସମସ୍ତ ଶ୍ରମିକକୁ କାମ କରିବା ପାଇଁ ବାରଣ କରାଯାଇଛି। ଅନ୍ୟପଟେ ନିୟମଗିରି ଅଞ୍ଚଳକୁ ରାସ୍ତା ନିର୍ମାଣ ପାଇଁ ଅଧିବାସୀମାନେ ଦାବି କରି ଆସୁଥିବା ବେଳେ ଲାଲବାହିନୀ ଏହାକୁ ବିରୋଧ କରୁଛି। ଯଦି ପୁଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ପ୍ରଦାନ କରାଯିବ, ତେବେ ଏହି ଅଧପନ୍ତରିଆ ରାସ୍ତା ସଂପୂର୍ଣ୍ଣ ହୋଇପାରିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ କାଳିପଦ ମହାକୁଡ କହିଛନ୍ତି। ଏ ବାବଦରେ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇ କହିଛନ୍ତି ଯେ, ମୋ ପାଖରେ କୌଣସି ସୂଚନା ନାହିଁ। ଏନେଇ ମୁଖ୍ୟ କାର୍ଯ୍ୟାଳକୁ ସଂପର୍କ କଲେ ଜଣାପଡିବ ବୋଲି ପ୍ରକାଶ କରିଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories