ସ୍ୱାଭିମାନ ଅଂଚଳରେ ପୁଣି ମାଓମେଳି, ସହିଦ ସପ୍ତାହର ତୃତୀୟ ଦିବସରେ ବନ୍ଦର ପ୍ରଭାବ

0

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କିଛିଦିନର ନୀରବତା ପରେ ପୁଣି ଲାଲବାହିନୀ ନିଜର ପୂର୍ବସ୍ଥିତିକୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଛି । ମାଓବାଦୀମାନେ ପ୍ରଜାମେଳି କରି ହଜାର ହଜାର ଆଦିବାସୀଙ୍କୁ ସ୍ୱାଭିମାନ ଅଂଚଳରେ ଏକତ୍ରୀତ କରି ସରକାର ବିରୋଧୀ ନାରା ଦେଇଛନ୍ତି । ଗତ ଦୁଇ ଦିନ ପୂର୍ବେ ଏଭଳି ମେଳି କରିଥିବା ବେଳେ ଗତକାଲି ପୁଣି ଜୋଡାମ୍ବ ପଂଚାୟତରେ ଏକ ବିରାଟ ପ୍ରଜାମେଳି ହୋଇଥିଲା । ହଜାର ହଜାର ଆଦିବାସୀ ଏଥିରେ ଯୋଗ ଦେଇଥିବା ବେଲେ ଗଣତନ୍ତ୍ର ଦିବସକୁ କଳା ଦିବସ ଭାବେ ପାଳନ କରି ସ୍ୱାଭିମାନ ଅଂଚଳର ବିଭିନ୍ନ ଗ୍ରାମରେ ମାଓବାଦୀମାନେ କଳା ପତାକା ଲଗାଇଥିଲ । ଆନ୍ଧ୍ର ଓଡିଶା ଜୋନାଲ କମିଟି ପକ୍ଷରୁ ଏହି ପ୍ରଜାମେଳି କରା ଯାଇଥିଲ।। ଗତ ୨୫ ତାରିଖ ଠାରୁ ଅପରେସନ ସମାଧାନକୁ ବିରୋଧ କରି ମାଓବାଦୀ ମାନେ ପ୍ରତିବାଦ ସପ୍ତାହ ପାଳନ କରୁଥିବା ବେଳେ ଗାଁ ଗାଁ ରେ ସଚେତନତା କରାଇ ନାଚଗୀତ ଓ ବିପ୍ଲବ ସଂଗୀତ ମାଧ୍ୟମରେ ଲୋକଙ୍କୁ ବୁଝାଉଛନ୍ତି । ମୁଖ୍ୟତଃ ବିକାଶ ନାମରେ ଲୁଣ୍ଠନ, ଖଣି ଖଦାନକୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ବିଦେଶୀ କମ୍ପାନୀକୁ ଟେକି ଦେଇଥିବା ଅଭିଯୋଗ କରିଛନ୍ତି । ଏହିଭଳି ଆଦିବାସୀଙ୍କୁ ବିସ୍ତାପିତ କରି ଚେଷ୍ଟା କରିବା ସହ ଜଳ ଜମି ଓ ଜଙ୍ଗଲ ପାଇଁ ଲଢେଇ କରୁଥିବା ସିପିଆଇ ମାଓ ସଂଗଠନକୁ ଦମନ ନାମରେ ମହିଳାମାନଙ୍କୁ ନିର୍ଯାତନା ଦେଉଥିବା ଅଭି ଯୋଗ କରିଛନ୍ତି ଏବଂ ସମାଧାନ ନାମରେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଛନ୍ତି । ଏଥିରେ ରାଜ୍ୟ ବିଜେଡି ସରକାର ଓ ରାଜ୍ୟ ପୁଲିସ ବାହିନୀ ମିଳିତ ଭାବରେ ଜନ ଆନ୍ଦୋଳନ କଣ୍ଠରୋଧ କରିବାକୁ ଉଦ୍ୟମ କରାଯାଉଛି ବୋଲି ଅଣ୍ଡାପାଲି ଘଞ୍ଚ ଜଙ୍ଗଲରେ ଆୟୋଜିତ ମାଓବାଦୀଙ୍କ ପ୍ରଜାମେଳିରେ କୁହା ଯାଇଥିଲ। ।

ତେବେ ମାଓବାଦୀଙ୍କ ପ୍ରତିବାଦ ସପ୍ତାହର ତୃତୀୟ ଦିବସରେ ସରକାରୀ ଗାଡି ଚଳାଚଳ ବନ୍ଦ ରହିଛି । ପ୍ରାୟ ୨୦ଟି ଦୂରଗାମୀ ଯାତାୟତ ସରକାରୀ ବସ୍ ଗୁଡିକ ବନ୍ଦ ହୋଇ ଯାଇଛି । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ବିଶାଖାପାଟଣା, ବିଜୟନଗରମ୍, ରାୟପୁର, ଆଦି ଦୂରଗାମୀ ବସ୍ ଚଳାଚଳ ବନ୍ଦ ହୋଇଥିବା ବେଳେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ବିଭିନ୍ନ ମାଓ ପ୍ରବଣ ଅଂଚଳରେ ପଂଚାୟତ କାର୍ଯ୍ୟାଳୟ ଗୁଡିକ ମଧ୍ୟ ବନ୍ଦ ରହିଛି । ମାଲକାନଗିରି ସୀମାନ୍ତକୁ ଲାଗିଥିବା ଛତିଶଗଡ, ଆନ୍ଧ୍ର ଓ ତେଲେଙ୍ଗାଣାରେ ହାଇ ଏଲର୍ଟ ଜାରି କରାଯାଇ ସୀମାନ୍ତବର୍ତୀ ଅଂଚଳକୁ ସିଲ କରିଦିଆ ଯାଇଛି । ପଡୋଶୀ ରାଜ୍ୟର ଗୁଇନ୍ଦା ବିଭାଗ ସହ ତଥ୍ୟ ଆଦାନ ପ୍ରଦାନ କରି ଯୁଗ୍ମ କୁମ୍ବିଂ ଅପରେସନ କରା ଯାଉଥିବା ବେଳେ ବି.ଏସ୍.ଏଫ, ଏସ୍.ଓଜି ଡିବିଏଫ୍ ଓ କୋବ୍ରା ଭଳି ଅର୍ଧସାମରିକ ବାହିନୀକୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି । ଅନ୍ୟ ପକ୍ଷରେ ମାଓବାଦୀ ମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଇଥିବା ମଧ୍ୟ ଦେଖିବାକୁ ମିଳିଛିା

Leave A Reply