www.samajalive.in
Friday, December 5, 2025
20.1 C
Bhubaneswar

ଶ୍ରମିକ ଟ୍ରେନରେ ସନ୍ତାନ ପ୍ରସବ ; ମେ ମାସରେ ୨୪ଜଣ ଶିଶୁ ଜନ୍ମ

ନୂଆଦିଲ୍ଲୀ : ମାର୍ଚ୍ଚ ୨୫ରେ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା। ଏହା ମଧ୍ୟରେ ଲକଡାଉନ୍ ଦୁଇ ମାସ ହେବାକୁ ଯାଉଛି। ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକ ଓ କର୍ମଚାରୀମାନଙ୍କୁ ଘରକୁ ପେରାଇ ନେବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏହି ଯାତ୍ରା ସମୟରେ ଟ୍ରେକନ୍ ମଧ୍ୟରେ କିଛି ଶ୍ରମିକ ପ୍ରସୂତି ପ୍ରସବ କରିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ କେତେ ଜଣ ଟ୍ରେନ୍ ମଧ୍ୟରେ ପ୍ରସବ କରିଥିବା ବେଳେ ଅନ୍ୟ କିଛି ମେଡିକାଲ ସ୍ଥାନାନ୍ତର ବେଳେ ପ୍ରସବ କରିଛନ୍ତି।

ରିପୋର୍ଟ ଅନୁଯାୟୀ,  ମେ ୧ ରୁ ୨୧ ତାରିଖ ମଧ୍ୟରେ ଅତିକମରେ ୨୪ ମହିଳା ଶ୍ରମିକ ଟ୍ରେନରେ ଯାତ୍ରା କରିବା ସମୟରେ ପ୍ରସବ କରିଛନ୍ତି। ଭାରତୀୟ ରେଳ ଅଧିକାରୀ କହିଛନ୍ତି ଯେ, ଏହି ୨୪ ଜଣ ମହିଳାଙ୍କ ମଧ୍ୟରୁ ୧୬ ଜଣ ଟ୍ରେନରେ ଶିଶୁକୁ ଜନ୍ମ ଦେଇଛନ୍ତି ଏବଂ ଅନ୍ୟ ଆଠ ଜଣ ମହିଳାଙ୍କୁ ଡାକ୍ତରଖାନା ନେବା ସମୟରେ ସନ୍ତାନ ଜନ୍ମ ଦେଇଛନ୍ତି।

- Advertisement -

ଅମୃତସରରୁ ଛତିଶଗଡକୁ ଯାଉଥିବା ଏକ ଟ୍ରେନରେ ୨୧ ବର୍ଷୀୟ ଜଣେ ବଞ୍ଜରା ମହିଳା ସୁସ୍ଥ ସନ୍ତାନକୁ ଜନ୍ମ ଦେଇଛନ୍ତି। ମଧ୍ୟପ୍ରଦେଶର ପାଣ୍ଡୁର୍ନା ଷ୍ଟେସନରେ ଏହି ଟ୍ରେନ୍ ଅଟକି ରହିବା ସମୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସାହାଯ୍ୟରେ ତାଙ୍କର ପ୍ରସବ ହୋଇଥିଲା।

ମଙ୍ଗଳବାର ଦିନ ୨୭ ବର୍ଷୀୟ ମଧୁ କୁମାରୀ ନାମକ ଜଣେ ମହିଳା ଅହମ୍ମଦାବାଦରୁ ବୃନ୍ଦା ଅଭିମୁଖେ ଯାଉଥିବା ଟ୍ରେନରେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।

୨୩ ବର୍ଷୀୟ ସୁଭଦ୍ରା ଜଲନ୍ଦର ମୋରାଡାବାଦ ଟ୍ରେନରେ ଏବଂ ୨୧ ବର୍ଷୀୟ ମିଣ୍ଟୁ ଦେବୀ ଜେରାନିଆ-ଖାଗରିଆ ମାର୍ଗରେ ଯାତ୍ରା କରୁଥିବା ବେଳେ ରେଳବାଇ ପୁଲିସ ଫୋର୍ସ ସହାୟତାରେ ଉଭୟ ଶିଶୁକୁ ଜନ୍ମ ଦେଇଥିଲେ।

କିନ୍ତୁ ଜଣେ ୨୯ ବର୍ଷ ବୟସ୍କା ଗର୍ଭବତୀ ମହିଳାଙ୍କ ସହ ଦୁଃଖ ଦୁର୍ଘଟଣା ଘଟିଛି। ଯୋଧପୁରରୁ ବସ୍ତି ଅଭିମୁଖେ ଏକ ଟ୍ରେନ୍ ରେ ଦୁଇଟି ଯାଆଁଳା ଶିଶୁ ଜନ୍ମ ଦେଇଥିଲେ କିନ୍ତୁ ଜନ୍ମ ହେବାର କିଛି ସମୟ ପରେ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା। ରେଳ ଅଧିକାରୀ କହିଛନ୍ତି ଯେ ଏହି ମହିଳାଙ୍କୁ ବସ୍ତି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories