www.samajalive.in
Monday, December 8, 2025
16.1 C
Bhubaneswar

ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ୱାରା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଇ ଫାଇଲିଂ କେନ୍ଦ୍ର, ହାଇକୋର୍ଟ ରେକର୍ଡ ପ୍ରକୋଷ୍ଠ ଡିଜିଟାଇଜେସନ କେନ୍ଦ୍ର ଉଦଘାଟିତ

କଟକ: ସୁପ୍ରିମକୋର୍ଟର ବିଚାରପତି ତଥା ସୁପ୍ରିମକୋର୍ଟ ଇ-କମିଟିର ଅଧ୍ୟକ୍ଷ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ ଶନିବାର ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକାଧିକ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ସେଥିମଧ୍ୟରେ ହାଇକୋର୍ଟ ବାର ଆସୋସିଏସନର ଆଇନଜୀବୀଙ୍କ ପାଇଁ ଇ ଫାଇଲିଂ କେନ୍ଦ୍ର, ହାଇକୋର୍ଟ ରେକଡଁ ରୁମ ଡିଜିଟାଇଜେସନ କେନ୍ଦ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ କାଗଜପତ୍ର ବିହୀନ ପୀଠ, ଓଡ଼ିଶା ଜୁଡିସିଆଲ ଏକାଡେମୀରେ ଭିଡିଓ କନଫରେନ୍ସିଂ ଜରିଆରେ ଅଦାଲତ କାର୍ଯ୍ୟ ପରିଚାଳନା ପାଇଁ ବିଚାର ବିଭାଗୀୟ ଅଧିକାରୀଙ୍କ ନିମନ୍ତେ ତାଲିମ କାର୍ଯ୍ୟକ୍ରମ ଏବଂ କଟକ ଜିଲା ଅଦାଲତରେ ଜିଲା ବାର ଆସୋସିଏସନର ଆଇନଜୀବୀଙ୍କ ପାଇଁ ଇ ଫାଇଲିଂ, ଇ ପେମେଣ୍ଟ ଏବଂ ଅନ୍ୟାନ୍ୟ ଉପଯୋଗୀ ଇ ସେବାଗୁଡିକ ସମ୍ପର୍କରେ ତାଲିମ କାର୍ଯ୍ୟକ୍ରମ ଆଦି ଅନ୍ତର୍ଭୁକ୍ତ। ଜଷ୍ଟିସ ଚନ୍ଦ୍ରଚୁଡ ଭିଡିଓ କନଫରେନ୍ସିଂ ଜରିଆରେ ଏହି ପ୍ରକଳ୍ପଗୁଡିକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ଏସ ମୁରଲୀଧର, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ଓଡ଼ିଶା ଜୁଡିସିଆଲ ଏକାଡେମୀ ଓ ତାଲିମ କମିଟିର ଅଧ୍ୟକ୍ଷ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ଉଚ୍ଚ ନ୍ୟାୟାଳୟ ଆଇଟି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱଜିତ ମହାନ୍ତି, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇଟି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମିଟିର ସଦସ୍ୟ ଜଷ୍ଟିସ ସଙ୍ଗମ କୁମାର ସାହୁ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ଥିଲେ। ଏହାବ୍ୟତୀତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ବି ଆର ଷଡଙ୍ଗୀ, ଜଷ୍ଟିସ ଦେବବ୍ରତ ଦାଶ, ଜଷ୍ଟିସ ଏସ ପୂଜାହାରୀ, ଜଷ୍ଟିସ ବିଶ୍ୱନାଥ ରଥ, ଜଷ୍ଟିସ କେ ଆର ମହାପାତ୍ର, ଜଷ୍ଟିସ ବି ପି ରାଉତରାୟ, ଜଷ୍ଟିସ ଏସ କେ ପାଣିଗ୍ରାହୀ, ଜଷ୍ଟିସ କୁମାରୀ ସାବିତ୍ରୀ ରଥ, ଓଡ଼ିଶାର ଆଡଭୋକେଟ ଜେନେରାଲ ଏ କେ ପରିଜା, ହାଇକୋର୍ଟ ବାର ଆସୋସିଏସନ ସଭାପତି ଜଗବନ୍ଧୁ ସାହୁ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories