www.samajalive.in
Saturday, December 13, 2025
21.1 C
Bhubaneswar

ନିଆଁରେ ଜଳିଗଲେ ଗୋଟିଏ ପରିବାରର ୪ ସଦସ୍ୟ, ୫ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର

ଝାନ୍ସି: ଉତ୍ତରପ୍ରଦେଶର ଝାନ୍ସି ଜିଲାର ଥାନା ସୀପରୀ ବଜାର ନିକଟରେ ଏକ ଭୟାବହ ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସେହି ପରିବାରର ୫ ଜଣ ସଦ୍ୟସଙ୍କୁ ଉଦ୍ଧାର କରିଛି। ଏହି ଅଘଟଣ ସୋମବାର ବିଳମ୍ବିତ ରାତିରେ ଘଟିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ସୀପରୀ ବଜାର ସ୍ଥିତ ଲହରକୀ ଦେବୀ ଅଞ୍ଚଳରେ ଦୁଇ ମହଲା ବିଶିଷ୍ଟ ଏକ ଘରେ ଦୁଇ ଭାଇ ନିଜ ପରିବାର ସହ ରହୁଥିଲେ। ପ୍ରଥମ ମହଲାରେ ଜଣେ ଭାଇ ଏକ ପରିବାର ସହ ରହୁଥିବା ବେଳେ ଦ୍ବିତୀୟ ମହଲାରେ ଅନ୍ୟ ଏକ ଭାଇ ପରିବାର ସହ ରହୁଥିଲା। ସେମାବାର ବିଳମ୍ବିତ ରାତିରେ ପ୍ରଥମ ମହଲାରେ ହଠାତ୍ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ନିଆଁ ଦ୍ବିତୀୟ ମହଲାକୁ ମଧ୍ୟ ବ୍ୟାପି ଯାଇଥିଲା। ଚିତ୍କାର ଶୁଣି ପଡୋଶୀମାନେ ଦମକଳ ବାହିନୀକୁ ଖବର ଦେବା ସହ ନିଆଁ ମଧ୍ୟରୁ ସେମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। ଦ୍ବିତୀୟ ମହଲାରେ ଥିବା ଲୋକଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ପ୍ରଥମ ମହଲାରେ ଥିବା ସମସ୍ତ ଲୋକ ନିଆଁରେ ଜଳି ପ୍ରାଣ ହରାଇଥିଲେ। ପୁଲିସ ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories