ଗୁଗଲ ପ୍ଲେ ଷ୍ଟୋରରେ ଆସିଲା ନୂଆ ସୁବିଧା, ଜାଣନ୍ତୁ..

ନୂଆଦିଲ୍ଲୀ : ଗୁଗଲ ପ୍ଲେ ଷ୍ଟୋର ଉପଭୋକ୍ତାଙ୍କ ପାଇଁ ନୂଆ ଅପଡେଟ୍ ନେଇଆସିଛି । ଏଣିକି ୟୁଜର ଏକାଠି ୩ଟି ଆପ୍ ଅପଡେଟ୍ କରିପାରିବେ । ଜିଏସଏମ ଆରେନା ସୂଚନା ଅନୁସାରେ ଏହି ନୂଆ ଫିଚର ଭାରତ ସମେତ ଅନେକ ଦେଶରେ ଆରମ୍ଭ ହୋଇଯାଇଛି ।

prayash

ପୂର୍ବରୁ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ଆପ୍ ଅପଡେଟ୍ କରିବାରେ ବିଳମ୍ବ ହେଉଥିଲା । କାରଣ ଏହା ଗୋଟିଏ ପରେ ଗୋଟିଏ ହେଉଥିଲା  । କିନ୍ତୁ ଏଣିକି ଗୁଗଲ ୟୁଜରଙ୍କୁ ଏକାଠି ୩ଟି ଆପ୍ ଅପଡେଟ୍ କରିବାକୁ ସୁବିଧା ଦେଉଛି । ଏଣିକି ଉପଭୋକ୍ତା ‘ଅପଡେଟ୍ ଅଲ୍’ ଫିଚର ଚୟନ କଲେ ପ୍ଲେ ଷ୍ଟୋରରେ ଏକାଥରେ ୩ଟି ଆପ୍ ବା ଗେମ୍ ଅପଡେଟ୍ ସହିତ ପ୍ରୋସେସ୍ ହେବ । ଏହା ପରେ ଯେଉଁ ଆପ୍ ଅପଡେଟ୍ ହେବାକୁ ଥିବା ତାହା ଷ୍ଟାଟସରେ ‘ପେଣ୍ଡିଂ’ ଦର୍ଶାଇବ । ଏହା ଦ୍ବାରା କମ୍ ସମୟରେ ଅଧିକ ଆପ୍ ଅପଡେଟ୍ ହୋଇପାରିବ ।

Comments are closed.