www.samajalive.in
Wednesday, December 10, 2025
26.1 C
Bhubaneswar

ଜମି କ୍ରୟବିକ୍ରୟର ଦଲିଲ ଓ ଟିକେଟ୍‌‌ ପ୍ରଦାନ କରିବା ଦାବିରେ ପିପିଲି ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ପିପିଲି:ପିପିଲି ଉପନିବନ୍ଧକ (ସବ୍‌‌ରେଜିଷ୍ଟ୍ରାର)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ସୋମବାର ୩ଘଣ୍ଟା କାଳ ଗଣଧାରଣା ଦିଆଯାଇଥିଲା। ଏହି ତହସିଲ ଅନ୍ତର୍ଗତ ସଙ୍ଗୁଳାଇଶାସନ ଗ୍ରାମର ପ୍ରଦୀପ୍ତ ଭୋଇ ଗତମାସ ୨୨ ତାରିଖରେ ଏକ ଜମି କ୍ରୟ କରିବା ପାଇଁ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଆବଶ୍ୟକ ଫିସ୍‌‌ ଦାଖଲ କରିଥିବା ବେଳେ ଉଭୟ କ୍ରେତା ଓ ବିକ୍ରେତାଙ୍କ ବାୟୋମେଟ୍ରିକ୍‌‌ ମଧ୍ୟ ନିଆଯାଇଥିଲା। ତେବେ ପ୍ରଦୀପ୍ତଙ୍କୁ ସରକାରୀ ଫିସ୍‌‌ର ରସିଦ (ଟିକେଟ୍‌‌) ଦିଆଯାଇନଥିବା ବେଳେ ତାଙ୍କୁ ଦଲିଲ ମଧ୍ୟ ପ୍ରଦାନ କରାଯାଇନଥିବା ଅଭିଯୋଗ କରି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ, ରାଜ୍ୟ ସଂପାଦିକା ସୋନିଲତା ସେଠୀଙ୍କ ନେତୃତ୍ୱରେ ପ୍ରଦୀପ୍ତଙ୍କ ପରିବାର ସଦସ୍ୟାଙ୍କ ସମେତ ଶତାଧିକ ମହିଳା ସୋମବାର ପୂର୍ବାହ୍ନ ସାଢେ ୧୦ଟାରୁ ୩ଘଣ୍ଟା କାଳ ଉକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ।

ପ୍ରଦୀପ୍ତଙ୍କୁ ଉକ୍ତ ଜମି କ୍ରୟବିକ୍ରୟର ଦଲିଲ ଓ ଟିକେଟ୍‌‌ ପ୍ରଦାନ କରିବା ଦାବିରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏ ସଂପର୍କରେ ପିପିଲି ସବ୍‌‌ରେଜିଷ୍ଟ୍ରାର କ୍ରୀଷ୍ଣା ପାଢୀଙ୍କୁ ପଚାରିବାରେ କୋର୍ଟରେ ମାମଲା ଥିବାରୁ ଦଲିଲ ପ୍ରୋସେସ୍‌‌ ହୋଇପାରିନି ବୋଲି କହିଥିଲେ। ପ୍ରଦୀପ୍ତଙ୍କୁ ନ୍ୟାୟ ନମିଳିଲେ ଆଗାମୀ ଦିନରେ ମହାସଂଘ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଚେତାବନୀ ଦେଇଛନ୍ତି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories