www.samajalive.in
Wednesday, December 10, 2025
18.1 C
Bhubaneswar

ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗ, ୫ ହଜାର ନେଉଥିବାବେଳେ ମାଡିବସିଲା  ଭିଜିଲାନ୍ସ

ସାନଖେମୁଣ୍ଡି : ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡାମାରି ରାଜସ୍ବ କାର୍ଯ୍ୟାଳୟରେ ରାଜସ୍ବ ବିଭାଗ କର୍ମଚାରୀ ଘର ବାରି ପଟ୍ଟା କରିବା ନାଁରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ  ମାଡ଼ିବସିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ । ଆରଆଇ ଆଦିତ୍ୟ ସେନାପତି ଓ ଏଆରଆଇ ଟୁଟୁ ସେଠୀଙ୍କୁ କାର୍ଯ୍ୟାଳୟରୁ  ଭିଜିଲାନ୍ସ ଉଠାଇ ନେଇଥିବା ଜଣାପଡ଼ିଛି । ପୋଡାମାରି ଗ୍ରାମର ମନୋରଞ୍ଜନ ସାହୁ ନିଜର ଘରବାରି ପଟ୍ଟା ଆବେଦନ କରିଥିବାବେଳେ  ତାଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଦାବି କରିଥିଲେ। ଏନେଇ ମନୋରଞ୍ଜନ ସାହୁ ଦୁର୍ନୀତି ନିବାରଣ ବିଭାଗର ଆଶ୍ରୟ ନେଇଥିଲେ। ପୂର୍ବ ପ୍ରସ୍ତୁତି ପ୍ରକାରେ ଆଜି ଅପରାହ୍ନ ୫ ଟା ସମୟରେ ନିଜ କାର୍ଯ୍ୟାଳୟରେ  ମନୋରଞ୍ଜନଙ୍କଠାରୁ ୫ ହଜାର ନେଉଥିବାବେଳେ  ବ୍ରହ୍ମପୁର   ଭିଜିଲାନ୍ସ  ଟିମ୍ ଚଢାଉ କରି ଆର୍ ଆଇ ଆଦିତ୍ୟ ସେନାପତି ଏବଂ ଏଆରଆଇ ଟୁଟୁ ସେଠୀଙ୍କୁ କାର୍ଯ୍ୟାଳୟରୁ ଉଠାଇ ନେଇ ଅଧିକ ପଚରାଉଚରା ନିମନ୍ତେ ବ୍ରହ୍ମପୁର କାର୍ଯ୍ୟାଳୟକୁ  ନେଇଥିବା ଜଣାପଡ଼ିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories