ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ହୋଇଛନ୍ତି ଓଡ଼ିଆ ଝିଅ ମନୋରମା ମହାନ୍ତି। ମଙ୍ଗଳବାର ସେ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ କାର୍ଯ୍ୟରତ ଏଚଆର ବିଶ୍ବାସଙ୍କ କୋଲକାତା ବଦଳି ହେବାପରେ ତାଙ୍କ ସ୍ଥାନରେ ମନୋରମା ମହାନ୍ତିଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ମିଳିଛି। ସୂଚନାଯୋଗ୍ୟ, ମନୋରମା ମହାନ୍ତି ପୂର୍ବରୁ ଗୁଜରାଟ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ପାଣିପାଗ ବିଜ୍ଞାନୀ ଭାବେ କାର୍ଯ୍ୟରତ ଥିଲେ।



