www.samajalive.in
Monday, December 8, 2025
13.1 C
Bhubaneswar

ମଞ୍ଜରୀଦେବୀ ନର୍ସିଂ କଲେଜ ହେବ କୋଭିଡ୍ କେୟାର ସେଣ୍ଟର

ଭୁବନେଶ୍ୱର : ବାଲିଅନ୍ତା ପଞ୍ଚାୟତ ରୋଡ୍‌ସ୍ଥିତ ମଞ୍ଜରୀ ଦେବୀ ନର୍ସିଂ କଲେଜକୁ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କରାଯିବ ବୋଲି ସ୍ଥିର ହୋଇଛି। ଏନେଇ ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ କଲେଜ ପରିସରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କଲେଜର ଭିତର ଓ ବାହାର ବୁଲି ଦେଖିବା ସହ ପରିମଳ ଓ ପାର୍କିଂ ବ୍ୟବସ୍ଥା ପରଖିଥିଲେ। ଏହି ଟିମରେ ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ଏଡିଏମ୍ ମନୋଜ କୁମାର ପାଢ଼ୀ, ବାଲିଅନ୍ତା ବିଡିଓ ଆଦିକନ୍ଦ ବେହେରା, ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀ ଓ ଏଡିଏମ୍ ଓଏଫ୍‌ଡବ୍ଲ୍ୟୁ ଦ୍ୱାରିକାନାଥ ଶତପଥୀ ଓ ଡିପିଏମ୍ ଗୀତାଞ୍ଜଳି ଦାଶ ପ୍ରମୁଖ ଥିଲେ। ଉପଜିଲ୍ଲାପାଳ ଶ୍ରୀ ସାହୁଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ସ୍ୱାସ୍ଥ୍ୟ ବିଭାଗ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୋଭିଡ୍ କେୟାର ସେଣ୍ଟର ପରିଚାଳିତ ହେବ। ଭିତ୍ତିଭୂମି ଦୃଷ୍ଟିରୁ ଏହି ନର୍ସିଂ କଲେଜରେ ପାଖାପାଖି ୨୦୦ ଶଯ୍ୟା ରହିପାରିବ ବୋଲି କୁହାଯାଇଛି। ଏହି ଟିମ୍‌ର କଲେଜ ଗସ୍ତ ସମୟରେ ପ୍ରତିଷ୍ଠାତା ଶରତ ଚନ୍ଦ୍ର ବିଶ୍ୱାଳ, ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ, ଉପାଧ୍ୟକ୍ଷା ଜ୍ୟୋତ୍ସ୍ନା ଦାଶ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଉକ୍ତ ନର୍ସିଂ କଲେଜରେ ପୂର୍ବରୁ ଉଭୟ ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳର ୨୦୦ ପ୍ରବାସୀ ଓଡ଼ିଆଙ୍କ ପାଇଁ ସଂଗରୋଧ କେନ୍ଦ୍ର ହୋଇଥିଲା

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories