www.samajalive.in
Sunday, December 7, 2025
26.1 C
Bhubaneswar

ଦୁର୍ଘଟଣାରେ ଶ୍ରମିକ ମୃତ, ଘର ସମ୍ମୁଖରେ ଚାଲିଗଲା ଜୀବନ

ବାଳକାଟି: ସକାଳେ ବଡ ଭାଇ, ଭାଉଜ ଓ ପୁତୁରା, ଝିଆରୀଙ୍କ ପାଇଁ ମାଛ ଆଣିଥିଲେ। ଭାଉଜଙ୍କୁ ରୋଷେଇ କରିବାକୁ କହି କାମକୁ ବାହାରି ଯାଇଥିଲେ। ମାତ୍ର ବିଧିର ବିଧାନ ଥିଲା ଅଲଗା। ଘରଠାରୁ ମାତ୍ର ୫୦ ମିଟର ଦୂରରେ ଚାଲିଗଲା ଜୀବନ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବାଳକାଟି ଫାଣ୍ଡି ଅଞ୍ଚଳରେ।

ଖବରନେବାରେ ଜଣାପଡିଛି ଏହି ଫାଣ୍ଡି ସ୍ଥିତ ଚାରିମାଣିଆ ପ୍ରଧାନସାହିର ସ୍ବର୍ଗତଃ ବ୍ରଜବନ୍ଧୁ ଖଟୁଆଙ୍କ ସାନପୁଅ ଅପର୍ତି ଓରଫ ଅପୁ(୩୫) ଜଣେ ରାଜମିସ୍ତ୍ରୀ ଭାବେ ଜଣାଶୁଣା। ପ୍ରାୟ ବର୍ଷେ ତଳେ ବାଲିପାଟଣା ଥାନା ମାର୍ଥାପୁର ଗ୍ରାମରେ ବିବାହ କରିବା ସହ ସେଠାରେ ଘରଜ୍ବାଇଁ ହୋଇ ରହିଥିଲେ। ଗତ ଶନି ଓ ରବିବାର ତାଲାବନ୍ଦ ଯୋଗୁଁ ନିଜ ଗ୍ରାମକୁ ଆସିଥିଲେ। ଆଜି ରବିବାର ଥିବାରୁ ଘରେ ମାଛ ଦେଇ ନିଜ ମଟର ସାଇକେଲରେ କାମକୁ ବାହାରି ଥିଲେ। କାମକୁ ଯିବା ସମୟରେ ଏକ ମଦ ବୋତଲ ଅଣ୍ଟାରେ ଖୋସିଥିଲେ। ଘରଠାରୁ ୫୦ ମିଟର ଦୂରରେ ଥିବା ହମ୍ପ୍‌ସ ନିକଟରେ ଅସାବଧାନତାବଶତଃ ତଳେ ପଡିଯାଇଥିଲେ। ଫଳରେ ମଦ ବୋତଲ କାଚ ଭାଙ୍ଗି ତାଙ୍କ ପେଟରେ ପଶିଯାଇଥିଲା। ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

- Advertisement -

ପରେ ଖବରପାଇ ଫାଣ୍ଡି ପୁଲିସ ୬ ନଂ ଡାକ୍ତରଖାନାରେ ପହଞ୍ଚି ବ୍ୟବଛେଦ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ପ୍ରକାଶ ଥାଉକି, ଅପୁ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି। ପରିବାରର ସେ ଏକମାତ୍ର ରୋଜଗାରକ୍ଷମ। ତାଙ୍କ ମୃତ୍ୟୁରେ ପରିବାର ଲୋକେ ନିରାଶ୍ରୟ ହୋଇପଡିଛନ୍ତି। ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories