www.samajalive.in
Saturday, December 13, 2025
26.1 C
Bhubaneswar

ରାଜଧାନୀରେ ବୁଲିଲା ଖଣ୍ଡା: ବଟି ନ ଦେବାରୁ ଦୋକାନୀଙ୍କୁ ହାଣିଲେ

ଭୁବନେଶ୍ଵର: ରାଜଧାନୀରେ ବୁଲିଲା ଖଣ୍ଡା। ଦୋକାନୀଙ୍କୁ ଟଙ୍କା ମାଗିଲେ। ନ ଦେବାରୁ ଦୋକାନରେ ପଶି ବ୍ୟବସାୟୀଙ୍କୁ ହାଣିଲେ। ଏଭଳି ଏକ ଘଟଣା ଘଟିଛି ଟଙ୍କପାଣି ରୋଡ଼ ଚିଲି ପୋଖରୀ ତାରିଣୀ ହୋଟେଲ ନିକଟରେ।

ସୂଚନା ଅନୁସାରେ, ଶନିବାର ଦୁଇ ଜଣ ଯୁବକ ମାରଣାସ୍ତ୍ର ଧରି ତାରିଣୀ ହୋଟେଲ ନିକଟ ଏକ ଦୋକାନକୁ ବଟି ଆଦାୟ କରିବାକୁ ଆସିଥିଲେ। ସେମାନେ ଦୋକାନୀଙ୍କୁ ବଟି ମାଗିଥିଲେ। ହେଲେ ଦୋକାନୀ ଜଣକ ଟଙ୍କା ଦେବାକୁ ମନା କରିବାରୁ ବଚସା ହୋଇଥିଲା। ଏହା ପରେ ଯୁବକ ଦ୍ଵୟ ସାଥୀରେ ଆଣିଥିବା ଖଣ୍ଡାରେ ଦୋକାନୀଙ୍କୁ ଆକ୍ରମଣ କରିଥିଲେ। ଉକତ ଦୋକାନୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଏକ ଖଣ୍ଡା ଜବତ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories