ବେଙ୍ଗାଲୁରୁ, ୧ା୧୧: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ଉପକଣ୍ଠ ଏକ ଫାର୍ମ ହାଉସରେ ଶନିବାର ରାତି ପର୍ଯ୍ୟନ୍ତ ଏକ ସନ୍ଦିଗ୍ଧ ରେଭ୍ ପାର୍ଟିରେ ଚଢଉ କରି ପୁଲିସ ଗଞ୍ଜେଇ ଜବତ କରିବା ସହ ୧୦୨ ଜଣଙ୍କୁ ଅଟକ ରଖିଛି। କଗ୍ଗାଲିପୁରା ଥାନା ପୁଲିସ ଦଳ ଦେବଗିରି ଛକ ନିକଟରେ ଏକ ଫାର୍ମ ହାଉସରେ ପାର୍ଟିରେ ଚଢଉ କରିଥିଲେ। ଯାଞ୍ଚ ସମୟରେ ଏହି ରେଭ୍ ପାର୍ଟିରେ ଅଧିକାଂଶ ଲୋକେ ୨୦ରୁ ୩୦ ବର୍ଷ ମଧ୍ୟରେ ଥିଲେ। ଜବତ ଗଞ୍ଜେଇକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯିବା ସହ ୧୦୨ ଜଣଙ୍କୁ ଅଟକ ରଖି ସେମାନଙ୍କ ମେଡିକାଲ ଯାଞ୍ଚ କରାଯାଇଛି। ପୁଲିସ ସୂଚନା ଅନୁସାରେ ପାର୍ଟି ଆୟୋଜକ ଏବଂ ଘର ମାଲିକଙ୍କୁ ପଚରାଉଚରା କରାଯାଉଛି। ସୂଚନାଯୋଗ୍ୟ ଗତ କିଛି ମାସ ହେବ ବେଙ୍ଗାଲୁରୁ ପୁଲିସ ଡ୍ରଗ୍ସ ଓ ନିଶା ଦ୍ରବ୍ୟ ବ୍ୟବହାର ହେଉଥିବା ପାର୍ଟି ଗୁଡିକ ଉପରେ ନଜର ରଖୁଛି।
Popular Categories



