www.samajalive.in
Sunday, December 14, 2025
26.1 C
Bhubaneswar

କାନ୍ଦାହାର ବନ୍ଧକଙ୍କ ବଦଳରେ ନିଜେ ବନ୍ଧକ ହେବାକୁ ପ୍ରସ୍ତାବ ଦେଇଥିଲେ ମମତା

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ବିଜେପି ନେତା ଯଶବନ୍ତ ସିହ୍ନା କହିଛନ୍ତି ଯେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜକୁ ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ୮୧୪ର ଯାତ୍ରୀଙ୍କ ବଦଳରେ ବନ୍ଧକ ଭାବେ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲେ। ୧୯୯୯ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଏହି ବିମାନକୁ ଅପହରଣ କରି ଆଫଗାନିସ୍ତାନର କାନ୍ଦାହାରକୁ ନେଇଯାଇଥିଲେ।

ଟିଏମସିରେ ଯୋଗଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ସିହ୍ନା କହିଛନ୍ତି ଯେ ‘କାନ୍ଦାହାର ଘଟଣା’ରେ ଅପହରଣ ହୋଇଥିବା ବିମାନର ଯାତ୍ରୀଙ୍କ ବଦଳରେ ମମତା ବାନାର୍ଜୀ ନିଜକୁ ବନ୍ଧକ ଭାବେ ଯିବାକୁ ପ୍ରସ୍ତାବ ଦେଇଥିଲେ।ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଭାରତ ମାସୁଦ ଅଜହରଙ୍କ ସମେତ ତିନିଜଣ ଆତଙ୍କବାଦୀଙ୍କୁ ମୁକ୍ତ କରିଥିଲା।

- Advertisement -

ସିହ୍ନା ସେତେବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲେ। ୮୩ ବର୍ଷୀୟ ସିହ୍ନା ଆହୁରି କହିଛନ୍ତି ଯେ ନନ୍ଦିଗ୍ରାମରେ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ତାଙ୍କ ଟିଏମସିରେ ଯୋଗଦେବା ନିଷ୍ପତ୍ତିକୁ ଦୃଢ କରିବାରେ ସାହାଯ୍ୟ କଲା।

ସିହ୍ନା କହିଛନ୍ତି, ଅଟଳ ଜୀଙ୍କ ସମୟରେ ବିଜେପି ସହମତି ଭିତ୍ତିରେ ବିଶ୍ୱାସ କରୁଥିଲା କିନ୍ତୁ ଆଜିର ସରକାର ଚିନ୍ତାଧାରାକୁ ଭାଙ୍ଗିବା ଏବଂ ଜିତିବାରେ ବିଶ୍ୱାସ କରୁଛି। ଅକାଳି ଏବଂ ବିଜେଡି ବିଜେପି ଛାଡିଛନ୍ତି। ଆଜି ବିଜେପି ସହ କିଏ ଛିଡା ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୨୦ ସେପ୍ଟେମ୍ବରରେ ଅକାଳୀ ଦଳ ବିଜେପି ସହିତ କୃଷି ଆଇନ ପ୍ରସଙ୍ଗ ନେଇ ସମ୍ପର୍କ ଛିନ୍ନ କରିସାରିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories