କଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଏବଂ ତୃଣମୂଳ କଂଗ୍ରେସ (ଟିଏମସି)ର ଦ୍ୱିତୀୟ ନମ୍ବର ନେତା ଅଭିଷେକ ବାନାର୍ଜୀ ଜୟ ଶ୍ରୀରାମ ସ୍ଲୋଗାନ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି।
ସେ ଦଳୀୟ ର୍କମୀଙ୍କୁ କହିଛନ୍ତି ଯେ କେହି ବିଜେପି କର୍ମୀ ଜୟ ଶ୍ରୀରାମ ସ୍ଲୋଗାନ ଦେଲେ ତାଙ୍କୁ ମିଠା ଖୁଆନ୍ତୁ ଓ ରାମ ନାମ ସତ୍ୟ ହେ କୁହନ୍ତୁ। ଡାଇମଣ୍ଡ ହାର୍ବରର ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ସୋମବାର ସୋନାରପୁରଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ କର୍ମୀଙ୍କୁ ଏହି ନିର୍ଦେଶ ଦେଇଥିଲେ। ଏହାସହ ସେ ଅଭିଯୋଗ କରିଛନ୍ତି ଯେ ବିଜେପି ଧର୍ମ ନାମରେ ପଶ୍ଚିମବଙ୍ଗରେ ବିଭାଜନ କରିବାକୁ ଚେଷ୍ଟା କରୁଛି ଓ ହିଂସାର ରାସ୍ତା ଆପଣାଇଛି। ଭାଟପଡ଼ା ହିଂସା ପାଇଁ ସେ ବିଜେପିକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଭାଟପଡ଼ା ସାଂସଦ ଓ ବିଧାୟକ ବିଜେପିର ହୋଇଥିବା ବେଳେ ମ୍ୟୁନିସିପାଲଟି ବିଜେପି ହାତରେ ଅଛି। ଏହାସତ୍ତ୍ବେ ସେଠାରେ ହିଂସା ହେଉଥିବାରୁ ବିଜେପି ଦାୟୀ। ଟିଏମସି ଏହି ୩ ପଦରେ ଥିଲେ ଏଠାରେ କେବେ ବି ହିଂସା ହୋଇନଥାନ୍ତା।
ଦଳୀୟଙ୍କ କର୍ମୀଙ୍କୁ ମମତାଙ୍କ ଭଣଜାର ନିର୍ଦେଶ; ଜୟ ଶ୍ରୀରାମ ବଦଳରେ ରାମ ନାମ ସତ୍ୟ ହେ କୁହ
Popular Categories



